ନୂଆଗାଁ ୮/୪ - ନୂଆଗାଁ ବ୍ଲକ ସଦମହକୁମାରେ ବିଜୟ କୁମାର ପ୍ରଧାନଙ୍କ ଘର କାମ ଚାଲୁଥିବା ବେଳେ ଗଞ୍ଜାମ ପୋଲସରା କଲମ୍ବା ଗ୍ରାମର ରବିନ୍ଦ୍ର ପ୍ରଧାନ , ପ୍ରଦୀପ ପ୍ରଧାନ ଉଭୟ ଶ୍ରମିକ ଭାବେ କିଛିଦିନ ହେଲା ବିଜୟ ଘରେ କାମ କରୁଥିଲେ l ଆଜି ଦିନ ୧୦ଟା ସମୟରେ ଛାତ ଆଜେବେଷ୍ଟ କାମ କରୁଥିବା ବେଳେ ରବିନ୍ଦ୍ର ପ୍ରଧାନ (୫୫) ବର୍ଷ ଅସାବଧାନତା ଯୋଗୁଁ ଗୋଡ ଖସିଯିବାରୁ ଛାତ ଉପରୁ ତଳକୁ ଖସି ପଡ଼ିଥିଲେ l ତାଙ୍କୁ ଗୁରୁତର ଅବସ୍ଥାରେ ନୂଆଗାଁ ଅଗ୍ନିଶମ ଗାଡି ସହାୟତାରେ ନୟାଗଡ ମୁଖ୍ୟ ଚିକିତ୍ସାଳୟ ନିଆ ଯାଇଥିଲା l ଚିକିତ୍ସାବସ୍ଥରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣl ଖବର ପାଇ ନୂଆଗାଁ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଏ ନେଇ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଥାନା ଅଧିକାରୀ ନାରାୟଣ ଚନ୍ଦ୍ର ଲେଙ୍କା ସୂଚନା ଦେଇଛନ୍ତି।
0 Comments