ବିରୁ ପାକ୍ଷେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଜାଗରଯାତ୍ରା

 


ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମାରେ ଥିବା ବାବା ବିରୁପାକ୍ଷେଶ୍ୱରଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜିଠାରୁ ଆରମ୍ଭ ହୋଇଯାଇଛି ଜାଗାର ଯାତ୍ରା. ବହୁବର୍ଷ ଧରି ଏହି ଯାତ୍ରା ମନ୍ଦିର ପ୍ରାଙ୍ଗଣରେ ହୋଇଆସିଅଛି. ଏହିଯାତ୍ରାରେ ବହୁ ଗ୍ରାମର ଜନସlଧାରଣ ଯୋଗଦେଇ ଥାଆନ୍ତି. ୩ ଦିନ ଧରି ଯାତ୍ରା ଅନୁଷ୍ଠିତ ହୋଇଥାଏ. ସୂଚନା ମୁତାବକ ଆଜିର କାର୍ଯ୍ୟସୂଚୀ ଅନୁସାରେ  ସକାଳୁ ଠାକୁରଙ୍କ ନୀତିକାନ୍ତି ଅନୁଯାୟୀ   ପୂଜା ପାଠ ହୋମ ଯଜ୍ଞ ଡିନ ତମାମ ନାମ ସକିତନ୍ତ୍ର ହୋଇଥିଲା l ସନ୍ଧ୍ଯା ୬ ଘଟିକା ୩୦ ମିନିଟ ସମୟରେ ପ୍ରଥମ ଧୂପ ,୭ ଘଟିକା ୩୦ ମିନିଟ ଅବକାଶ ନୀତି ଓ ଦିତୀୟ ଧୂପ ,୮ ଘଟିକା ୩୦ ମିନିଟ ତୃତୀୟ ଧୂପ ,୯ ଘଟିକା ୩୦ ମିନିଟରେ ଚତୁର୍ଥ ଧୂପ ,୯ ଘଟିକା ୩୫ ମିନିଟରେ ବେଢା ପରିକ୍ରମା .୧୦ ଘଟିକା ସମୟରେ ମହାଦୀପ ଉଠିବାର ସମୟ ନିଘଣ୍ଟ ହୋଇଛି ।

ଆଜିର କାର୍ଯକ୍ରମରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୂଆଗାଁ ବ୍ଲକ ଅଧକ୍ଷା ଲଷ୍ମୀପ୍ରିୟା ବେହେରା, ସମାଜ ସେବି ଶଙ୍କର୍ଷଣ ବେହେରା, ଆତ୍ମା ଅଧକ୍ଷା ସଂଜୀବ ସାହୁ,୧୭ ଜୋନେ ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ଦିଲ୍ଲୀ ଦଳ ବେହେରା ପ୍ରମୁଖ ଯୋଗଦେଇ ଠାକୁରଙ୍କ ଦର୍ଶନ କରି ଆର୍ଶୀବାଦ ଭିକ୍ଷl ଲାଭ କରି ଥିଲେ ଏହି ଅବସରରେ ବାବା ବିରୁପାକ୍ଷେଶ୍ୱର ସେବା କେନ୍ଦ୍ର ତରଫରୁ  ଅବକାଶ ପଣା ବଣ୍ଟନ କରାଯାଇଥିଲା. ସଂନ୍ଧ୍ୟାରେ ସହ ସହ ଭକ୍ତଙ୍କ ସମାଗମ ଓ ମନ୍ଦିର ଚତୁର୍ପାଶ୍ୱ ହରିବୋଲ ହୁଳହୁଳିରେ କମ୍ପିଉଠିଥିଲା. ବହୁସଂଖ୍ୟାରେ ଭକ୍ତ ଦୀପ ପ୍ରଜ୍ୱଳନ କରିବା ସହିତ ହରିବୋଲ ହୁଳ ହୁଲିରେ ମନ୍ଦିର ଚତୁର୍ପାଶ୍ୱ ଅଧତ୍ମିକ ପରିବେଶ ସୃଷ୍ଟି ହୋଇଥିଲା.


Post a Comment

0 Comments