ନୂଆଗାଁ ରେ ବିଶାଳ ମହିଳା ସମାବେଶ ଅନୁଷ୍ଠିତ

 



ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମାରେ ଆଜି ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଆଜି ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ନୂଆଗାଁ ବ୍ଲକରେ ବିଜୁ ଜନତା ଦଳକୁ ସୃଦୁଢ କରିବା ପାଇଁ ମହିଳା ମାନଙ୍କର ଏକ ବିଶାଳ  ସମା‌ବେଶ ଆୟୋଜନ କରାଯାଇଥିଲା ୫ ହଜାର ରୁ ଉର୍ଦ୍ଧ ମହିଳା ସମାଗମ ହୋଇଥିବାର ସୂଚନା ମିଳିଅଛି । ଆଜି  ମାନ୍ୟବର ବିଧାୟକ ଦଶପଲ୍ଲା ତଥା ବିଯୁଜନତା ଦଳର ନୟାଗଡ  ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ନେତୃତୋରେ ନୂଆଗାଁ ବିଜୁ ଭବନ ନିକଟରେ ଥିବା ସ୍ଵର୍ଗତ ବିଜୁ ପଟତନାୟକଙ୍କ ପ୍ରତି ମୂର୍ତି ରେ ପୁଷ୍ପମାଲ୍ୟ ଦେବା ସହିତ ସେଠାରୁ ଏକ ବିରାଟ ରାଲି  ନୂଆଗାଁ ବ୍ଲକ ସମୁଖରେ ଥିବା ନୂଆତନ ମିଶନ ଶକ୍ତି ଗୃହ ନିକଟରେ ପହଞ୍ଚି ଥିଲେ । ସେଠାରେ ନୂତନ ଘର ଉଦ୍ଘାଟନ କରଯାଇଥିଲା । ତତ ପରେ ନୂଆଗାଁ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ସମୁଖରେ ଥିବା ପଡିଆରେ ସଭାର ଆୟୋଜନ କରଯାଇଥିଲା ସା‌ଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ବିରୋଧୀ ଶୂନ କରିବା ପାଇଁ ବିଜେଡି ଲଗାତାର ଶକ୍ତି ପ୍ରଦର୍ଶନ କରିଚାଲିଛି। ।


ନୂଆଗାଁ ପଡ଼ିଆରେ ହୋଇଥିବା ଏହି ସମାବେଶକୁ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା ଉଦ୍‌ଘାଟନ କରିଥିଲେ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଶକ୍ତୀକରଣ ପାଇଁ ନେଇଥିବା ଗୁରୁ୍ତ୍ବପୂର୍ଣ୍ଣ ପଦକ୍ଷେପଗୁଡ଼ିକୁ ବର୍ଣ୍ଣନା କରିଥିଲେ ବିଧାୟକ। ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ମହିଳାମାନଙ୍କ ଉତ୍‌ଥାନ ପାଇଁ ବିଜେଡି ସରକାର ସଂକଳ୍ପବଦ୍ଧ ବୋଲି ସେ କହିଥିଲେ। ଆଗକୁ ନିର୍ବାଚନ ଥିବାରୁ ଏହି ସମାବେଶକୁ ବେଶ୍‌ ପ୍ରଭାବୀ ଢଙ୍ଗରେ ଆୟୋଜନ କରିବାକୁ ଦଳ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ଏହି ଅବସରରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି ଓ ସମ୍ପାଦିକାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦଶପଲ୍ଲା ନିର୍ବାଚନମଣ୍ଡଳୀର ୩ଗୋଟି ବ୍ଲକର ଚେୟାରମ୍ୟାନ ତଥା ଦଶପଲ୍ଲା ବ୍ଲକ ଅଧକ୍ଷ୍ୟା ସୁନନ୍ଦା ସାହୁ , ଗଣିଆ ବ୍ଲକ ଅଧକ୍ଷ୍ୟା ଝୁନା ଜେନା ,ନୂଆଗାଁ ବ୍ଲକ ଅଧକ୍ଷ୍ୟା ଲକ୍ଷଣୀପ୍ରିୟା ବେହେରା , ସମସ୍ତ ଜିଲ୍ଲା ପରିଷଦ ୧୬ ଜୋନ ଜସ୍ମିନ ଦାଶ ,୧୭ ଜୋନ ପ୍ରତିମା ଦଲବେହେରା ସମେତ ନୂଆଗାଁ ବ୍ଲକର ୨୨ ଗୋଟି ପଂଚାୟତର , ,ସରପଞ୍ଚ, ପୂର୍ବତନ ସରପଞ୍ଚ, ସମିତି ସଭ୍ୟ, ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ଥିଲେ।ବିଜୁ ଜନତା ଦଳକୁ ସୁଦୃଢ କରିବା ସହିତ ନାରୀଶକ୍ତିକୁ ଅକତ୍ରିତ କରିବା ଥିଲା ମୁଖ୍ୟ ଉଦେଶ୍ୟ

 

Post a Comment

0 Comments