ନୂଆଗାଁ ଥାନା ୫୭ ତମ ଜାତୀୟ ରାଜପଥ ଗଦାଧର ପୁର ନିକଟରେ କାର ଧକାରେ ଜଣେ ବାଇକ ଚାଳକ ମୃତ ହୋଇଥିବାର ଜଣା ପଡିଛି. ସୂଚନା ଥାଉକି ଏକ କାର ନଂ OD02AL3080 ଦଶପଲ୍ଲା ରୁ ଭୁବନେଶ୍ୱର ଯାଉଥିବା ସମୟରେ ଗଦାଧର ପୁର ଠାରେ ଛିଡା ହୋଇଥିବା ବାଇକଚାକ ଶରତ ମହାରଣା, ଗ୍ରାମ ବାଇଗେଣିଆ , ଥାନା ଫତେଗଡ଼ ଙ୍କୁ ଧକା ଦେଇଥିଲା. ଯଦ୍ୱାରକି ବାଇକ ଚକ କିଛିଦୁର ଘୋଷାଡ଼ି ହୋଇ ପାଖରେ ଥିବା ଏକ ଖୁଣ୍ଟ ରେ ଧକା ହୋଇ ତଳେ ପଡିଯାଇଥିଲା. ବାଇକ ଚାଳକ ଉପରେ ଖୁଣ୍ଟ ଟି ପଡିଯାଇଥିଲା. ବାଇକ ଚାଲକର ଗୋଡ଼ରେ ଏବଂ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା. ଘଟଣା ସ୍ଥଳରେ ନୂଆଗାଁ ପୋଲିସ ପହଂଚି ୧୦୮ ଆମ୍ବୁଲାନ୍ସ ଦ୍ୱାରା ମହୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା. ସେଠାରେ ଡାକ୍ତର ଶରତ ଙ୍କୁ ମୃତ ଘୋଷଣା କରିଥିଲେ.
0 Comments