ବ୍ଲକ ସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ଅନୁଷ୍ଠିତ



ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଭାଗୃହରେ ପଞ୍ଚାୟତିରାଜ ଓ  ଲୋକସେବା ଦିବସ ଅନୁଷ୍ଠିତ ହୋଇଯାଇଛି । ନୂଆଗାଁ ବ୍ଲକ ଅଧକ୍ଷ୍ୟା  ଲକ୍ଷ୍ମୀପ୍ରିୟା ବେହେରା ମୁଖ୍ୟ ଅତଥିଭାବରେ ଯୋଗଦେଇ ଆଜିର ଏହି ଦିବସକୁ ଆରମ୍ଭ କରିଥିଲେ । ଆଜି ହେଉଛି ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ୧୦୮ ତମ ଜନ୍ମ ବାର୍ଷିକୀ ଓ ରାଜ୍ୟ ସ୍ତରୀୟ ଜୟନ୍ତୀ । ପ୍ରତେକ ସରକାରୀ ବେସରକରି ଅନୁଷ୍ଠାନ ଅଧ୍ୟରେ ଏହି ଦିବସ ପାଳନ ହୋଇଯାଇଛି । ନୂଆଗାଁ ବ୍ଲକ ର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ମଧ୍ୟରେ ଆଜି ଛାତ୍ର ଛାତ୍ରୀଙ୍କ ଯୋଗଦେଇ  ବିଜୁ ବାବୁଙ୍କ ଅବଦାନବିଷୟରେ କୁହାଯାଇଥିଲା ।ସେହି ମହାନ ପୁରୁଷଙ୍କ ଜନ୍ମ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ରୂପେ ଓଡିଶାର ପୁରପଲ୍ଲୀ ରେ ପାଳନ କରାଯାଉଅଛି । ଆଜି ନୂଆଗାଁ ବ୍ଲକ ପରିସରରେ ଥିବା ସଭା ଗୃହରେ ନୂଆଗାଁ ବ୍ଲକ ବିଡିଓ ବସୁଦେବ ନାୟକ ,୧୬ ଜିଲ୍ଲା ପରିଷଦ ସଭ୍ଯ ଯସ୍ମିନ ଦାସ ,ଜିପିୟ ସାଧୁଚରଣ ସାହୁ ଓ ବଳ୍କର ସମସ୍ତ ବିଭାଗର କର୍ମଚାରୀ ଉପସ୍ଥିତ ରହିଥିଲେ । ଗ୍ରାମ ର ବିକାଶ ସହିତ ପଂଚାୟତ ବିକାଶ କିଭଳି କରାଯିବ ଓ ସରକାରଙ୍କର ବିଭିନ୍ନ ଯୋଜନା ବିଷୟରେ ଆଲୋଚନା ହୋଇଥିଲା 


Post a Comment

0 Comments