ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ନୂଆଗାଁ ଗ୍ରାମପଞ୍ଚାୟତ ଅଧୀନରେ ଥିବା ଖାଲମଡ଼ା ଗ୍ରାମ ର ବରିଷ୍ଠ ଶିକ୍ଷାବିତ୍,ପୂର୍ବତନ ପ୍ରଧାନଶିକ୍ଷକ ତଥା ବିଜେଡ଼ି ର ବର୍ଷୀଆନ ସଂଗଠକ ଗଜେନ୍ଦ୍ର ନାଥ ପରିଡ଼ା ( ବାବୁଲି ସାର) ଙ୍କ ଗତ ଫେବୃଆରୀ ମାସ ୨୩ ତାରିଖରେ ତାଙ୍କ ବାସ ଭବନରେ ପରଲୋକ ହୋଇଥିଲା। ଖବରପାଇ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ସମେତ ,ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା ଙ୍କ ସମେତ ବହୁ ବଶିଷ୍ଠ ବିଜେଡ଼ି ନେତୃବୃନ୍ଦ,ବୁଦ୍ଧିଜୀବୀ,ଅଞ୍ଚଳ ବାସୀ ବାବୁଲି ସାର ଙ୍କ ଶେଷକୃତ୍ୟ ସମ୍ପନ୍ନ ରେ ସାମିଲ ହୋଇଥିଲେ। ମାର୍ଚ୍ଚ ୪ ତାରିଖ ରେ ସ୍ବର୍ଗତ ବାବୁଲି ସାର ଙ୍କ ଏକାଦଶାହ କ୍ରିୟାରେ ଦଶପଲ୍ଲା ଜନ ପ୍ରିୟ ଯୁବ ବିଧାୟକ ରମେଶ ଚନ୍ଦ୍ର ବେହେରା,ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା,ବ୍ଲକ୍ ବିଜେଡ଼ି ସଭାପତି ସନାତନ ସାମଲ,ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା,ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି,ନୂଆଗାଁ ଗ୍ରାମପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟା ,ପୂର୍ବତନ ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ, ଗୁମୀ ସମିତି ସଭ୍ୟ ସଞ୍ଜୀବ କୁମାର ଡାକୁଆ, ମାଇଛେଳି ସରପଞ୍ଚ ଙ୍କ ପ୍ରତିନିଧି ଦାଶରଥି ପ୍ରଧାନଙ୍କ ସମେତବିଜେଡ଼ି ର ବରିଷ୍ଠ ନେତୃବୃନ୍ଦ,ଆଞ୍ଚଳିକ ସାମ୍ବାଦିକ ସଂଘ ର ସାମ୍ବାଦିକ,ବୁଦ୍ଧିଜୀବୀ, ଅଞ୍ଚଳ ବାସୀ ଯୋଗଦେଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ବର୍ଷିଆନ ବିଜେଡ଼ି ସଂଗଠକ ସ୍ବର୍ଗତ ଗଜେନ୍ଦ୍ର ନାଥ ପରିଡ଼ା ଙ୍କ ଅମର ଆତ୍ମା ର ସଦଗତି କାମନା କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ।
0 Comments