ସଂପଡା ଚିନ୍ତାମଣି ବିଦ୍ୟାପିଠ ଠାରେ ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ବନ୍ଧୁମିଳନ ମହୋତ୍ସବ ଅନୁଷ୍ଠିତ।

 



ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଚିନ୍ତାମଣୀ ବିଦ୍ୟାପୀଠ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବନ୍ଧୁମିଳନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଆଜି ସକାଳ ବର୍ଷାର ଆଗମନେ ଏହି ଉତ୍ସବ କୁ ଅତି ରୋମାଞ୍ଚର କରିବା ସହିତ ସ୍ୱାଗତ ମଧ୍ୟ୍ୟ କରିଥିଲା। ଏହାପରେ ଏକ ମସାଲା ଯାତ୍ରା ଗାଁର ମହାଦେବ ମନ୍ଦିର ପ୍ରାଙ୍ଗନରୁ ପୂଜା ଅର୍ଚନା କରି ଗ୍ରାମ ପରିକ୍ରମା କରାଯାଇଥିଲା. ୧୧ଘଟିକା ସମୟରେ ବିଦ୍ୟାଳୟ ପରିସରରେ ଥିବା ଖେଳ ପଡିଆରେ ସଭା କର୍ଯ୍ୟ ଆରମ୍ଭ ହୋଇଥିଲା. ସଭା ରେ ବିଦ୍ୟାଳୟକୁ ପ୍ରତିଷ୍ଠାକରିଥିବା ସମସ୍ତ ଗୁରୁଜନ, ପୁରାତନ ଗୁରୁଜନ ମନେ ଉପସ୍ଥିତ ରହିଥିଲେ।


ନିଆରା ଢଙ୍ଗରେ ସଂମ୍ମାନିତ ଅତିଥି ମାନଙ୍କୁ ସମାନୀତ କରିବା ପାଈଁ ଉନ୍ମୋଚନ ମୂଳକ -ସାଉଁଟା ସାଲୁଆଫୁଲର ବାସ୍ନା ପେଡି ମୁଖ୍ୟଅତିଥି ମୁରଲୀଧର ନାୟକ ଖୋଲିଥିଲେ.ବିଦ୍ୟାଳୟ ପରିସରରେ ଥିବା ବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ ଚିନ୍ତାମଣୀ ମଲିକ ଓ ପୂର୍ବତନ ପ୍ରଧାନ ଶିକ୍ଷକ ଯୁଗଳ କିଶ୍ୱର ପରିଡାଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦିଆଯାଇଥିଲା. ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା.ପୁରାତନ ଛାତ୍ର ସଂଘର ସମ୍ପାଦକ ସୁଧୀର କୁମାର ପ୍ରଧାନ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ.ମଣିଷ ତିଆରି କାରଖାନା ର ଦ୍ୱିତୀୟ ରୂପ ଆମ ଏହି ବିଦ୍ୟାଳୟ.ବିଦ୍ୟାଳୟର ଉର୍ନ୍ନତି ଓ ଶିକ୍ଷକ ପଦବୀ ପୁଅରଣ ପାଈଁ ଛାତ୍ର ସଂଘ ଦ୍ୱାରା ଅନୁରୋଧ କରାଯାଇଥିଲା.ବିଦ୍ୟାଳୟ ବନ୍ଦନା ଯାହାକି ହୃଷିକେଶ ସାର ନିର୍ଦ୍ଧେଷିତ ବନ୍ଦନା ପରିବେଷଣ ହୋଇଥିଲା.ମଞ୍ଚରେ ରେ ଉପସ୍ଥିତ ଥିବା ଅତିଥିମାନେ ନିଜ ଅଭିଭାଷଣରେ ବିଦ୍ୟାଳୟର ସଂଘର୍ଷର କାହାଣୀ ସହିତ ବିଜୟ ଧାରାକୁ ଉପସ୍ଥାନ କରିଥିଲେ.ବିଦ୍ୟାଳୟ ଆରମ୍ଭରୁ ଦିନଠାରୁ ବର୍ତମାନ ୨୦୨୩ ମାଟ୍ରିକ ପରୀକ୍ଷାରେ ପ୍ରଥମ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା.


ପୁରାତନ ଛାତ୍ରଙ୍କ ଦ୍ୱାରା ମ୍ୟାଜିକ ପରିବେଷଣ କରାଯାଇଥିଲା. ଜିବନର ବ୍ୟସ୍ଥ ବହୁଳତା ଭିତରେ ଜଣେ ଅନ୍ୟ ଜଣକୁ ଭେଟିବା ସହିତ ପୁରୁଣା ସ୍ମୃତି କୁ ମନେ ପକାଇ ଥିଲେ।ଅନ୍ତିମ ସମୟରେ ସାଂକୃତିକ କାର୍ଯ୍ୟକ୍ରମ ସହିତ ଫଟୋଶେଷନ କାର୍ଯ୍ୟକ୍ରମ ହୋଇଥିଲା.ଉକ୍ତ କାର୍ଯ୍ୟକ୍ରମ ରେ ଅତିଥି ଭାବରେ ପ୍ରଧାନ ଶିକ୍ଷକ -ଭୀମସେନ ସାହୁ ,ବିନାୟକ ପରିଡା ,ପୁରୁଷୋତମ ପରିଡା ,ପରମାନନ୍ଦ ପରିଡା ,ହରିହର ତ୍ରିପାଠୀ ,ଗୋପାଳଚନ୍ଦ୍ର ରାୟଗୁରୁ ,ଚରଣ ନାୟକ ,ମୁରଲୀ ନାୟକ ,ଯୁଧିଷ୍ଠିର ପରିଡା , ଭିକାରୀ ଚରଣ ସ୍ବାଇଁ‌ , ପୁରୁଷୋତ୍ତମ ଗୋଛାୟତ ,ପୁରାତନ ଛାତ୍ର ସଂସଦର ସଭାପତି ପ୍ରମୋଦ ଖଣ୍ଡୁଆଳ , ସମ୍ପାଦକ ସୁଧୀର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।

Post a Comment

0 Comments