ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମାଇଛେଳି ପଞ୍ଚାୟତ ମଧ୍ୟରେ ଥିବା ଚୀନ୍ତାମଣି ବିଦ୍ୟାପୀଠ ସଂପଡା ହାଇସ୍କୁଲ ମଧ୍ୟ୍ୟରେବନ୍ଧୁମିଳନ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି. ଚଳିତ ବର୍ଷ ୩୧ତାରିଖ ମାର୍ଚ୍ଚ ମାସରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି. ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ସମସ୍ତ ଶିକ୍ଷକ, ପୁରାତନ ଛାତ୍ର ଛାତ୍ରୀ ଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି. କିଭଳି ଏହି ବନ୍ଧୁମିଳନ ମହୋତ୍ସବ କୁ ସରଷ ସୁନ୍ଦର କରିବା ପାଈଁ ଆଲୋଚନା ହୋଇଥିଲା. କିଭଳି ମାର୍ଚ୍ଚ ୩୧ତାରିଖକୁ ସଫଳ କରିବାପାଇଁ ଦୀର୍ଘ ଦିନ ଧରି ପ୍ରଚେଷ୍ଟା ଜାରି ରହିଛି. ବିଦ୍ୟାଳୟର ଶିକ୍ଷକ ପୁରାତନ ଛାତ୍ର କମିଟିର ସମସ୍ତ ସକ୍ରିୟ ସଦସ୍ୟ ମନେ ଗ୍ରାମ ଗ୍ରାମ ବୁଲି ସମସ୍ତ ଛାତ୍ର ଛାତ୍ରୀଙ୍କୁ ଏକତ୍ରିତ କରି ଥିଲେ. ଏଭଳି ଏକ ନିଆରା କାର୍ଯ୍ୟକ୍ରମ କୁ ସଫଳ କରିବା ନିମନ୍ତେ ଶୃଙ୍ଖଳାର ସହିତ କରାଯିବ ସେ ନେଇ ଆଲୋଚନା ହୋଇଥିଲା. ଆଜି ପ୍ରସ୍ତୁତି ବୈଠକରେ ବିଦ୍ୟାଳୟ କକ୍ଷରେ ଅନୁଷ୍ଠିତ ହୋଇଯାଇଛି. ସମସ୍ତ ଗ୍ରାମର ପୁରାତନ ଛାତ୍ର ଛାତ୍ରୀ ଏକତ୍ରିତ ହୋଇଥିଲେ. ପ୍ରଥମ ପର୍ଯ୍ୟରେ ସମ୍ପାଦକଙ୍କ ଦ୍ୱାରା ପୂର୍ବ ବର୍ଷର ବିବରଣୀ ପଠନ କରାଯାଇଥିଲା. ତତ ପରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିନାୟକ ପରିଡାଙ୍କ ଦ୍ୱାରା କାର୍ଯ୍ୟକ୍ରମର ସମସ୍ତ କାର୍ଯ୍ୟ ଓ କିଭଳି ଭାବରେ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହେବ ସେ ନେଇ ଆଲୋଚନା କରାଯାଇଥିଲା. କିଭଳି ସମସ୍ତ ଗ୍ରାମର ଛାତ୍ର ଛାତ୍ରୀ ଙ୍କୁ ଏକତ୍ରିତ କରାଯିବ ସେ ନେଇ ଆଲୋକ ପାତ କରାଯାଇଥିଲା.ତତ ପରେ ସମସ୍ତ କିକ୍ଷକଙ୍କ ଦ୍ୱରା ଅଭିଭାଷଣ ପ୍ରଦାନ କରିଥିଲେ.ଚିନ୍ତାମଣି ବିଦ୍ୟାପିଠ ସଂପଡାର ସମସ୍ତ ପୁରାତନ ଛାତ୍ର ଛାତ୍ରୀ କିଭଳି ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ଯୋଗଦେବେ ସେ ନେଉ କ୍ରୀଡା ଶିକ୍ଷକ ସମସ୍ତ ଙ୍କୁ କହିଥିଲେ.କମିଟି ଗଠନ ସହିତ କଣ କଣ ସବୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଵ ସେ ନେଇ ଆଲୋଚନା ହୋଇଥଲା.
ଉକ୍ତ ପ୍ରସ୍ତୁତି ବୈଠକରେ ପୁରାତନ ଛାତ୍ର ସଂଘର ସଭାପତି ପ୍ରମୋଦ କୁମାର ଖଣ୍ଡୁଆଳ, ସମ୍ପାଦକ ସୁଧୀର କୁମାର ପ୍ରଧାନ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୀମସେନ ସାହୁ,ବିଜ୍ଞାନ ଶିକ୍ଷକ ବିନାୟକ ପରିଡା, ଶିକ୍ଷକ ପୁରୁଷୋତ୍ତମ ପରିଡା, ହୃଷିକେଶ ପ୍ରଧାନ, ପରମାନନ୍ଦ ପରିଡା ସମସ୍ତ ପୁରାତନ ଛତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ.
0 Comments