ଖୁଣ୍ଟୁବନ୍ଧ ଗ୍ରାମ ନିକଟରୁ ୪ କେଜି ବାର୍ହା ମାଂସ ଜବତ ,ଶିକାରୀ ଗିରଫ


 ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ଖୁଣ୍ଟୁବନ୍ଧ ନିକଟରୁ ୪ କେଜି ବାରହା ମାଂସ ଜବତ କରିଛି ବନବିଭାଗ । ଖବର ମୁତବକ ୧୮ /୩ /୨୦୨୪ ଦିନ କୌଣସି ସୂତ୍ରରୁ ଖବର ପାଇ ବନବିଭାଗ ମହିପୁର ବନପାଳ ସୂର୍ଯ୍ୟକାନ୍ତ ମହାରଣା ନେତୃତ୍ବରେ ଏକ ଟିମ ଖୁଣ୍ଟୁବନ୍ଧ ଗ୍ରାମର ବୈକୁଣ୍ଠ ଜନୀଙ୍କ ଘର ବାରିପଟୁ ଚଢାଉ କରିଥିଲା । ଘଟନା ସ୍ଥଳରୁ ୪ କେଜି ବାରହା ମାଂସ ସହିତ ବନ୍ଧୁକ ଓ ମରଣା ଅସ୍ତ୍ର ଜବତ ହୋଇଛି । ତତ ସହିତ ଶିକାରୀକୁ କାବୁ କରାଯାଇଛି ତାକୁ ଗିରଫ କରାଯାଇ ପଚରା ଉଚରା କରଚାଲିଛି । ସମସ୍ତ ସାମଗ୍ରୀ କୁ ମହିପୁର ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର କରାଯାଇଛି । ତତ ପରେ ତଦନ୍ତ କରି ସମସ୍ତ ବାରହା ମାଂସ କୁ ପୋତି ଦିଆଯାଇଥିଲା ।କେଶ ନ - OR୪୭ /୨୩/୨୪ ରେ ଏକ ମାମଲା ଋଜୁକରି କଇକୁଣ୍ଠ ଯାନୀ କୁ ଆଜି କୋର୍ଟ ପଠା ଯାଇଛି ।  

Post a Comment

0 Comments