ବ୍ରହ୍ମ ଚେତନା ପରିଷଦ ପକ୍ଷରୁ ଧରିତ୍ରୀ ମାଣ ପାଈଁ କାର୍ଯ୍ୟକ୍ରମ

 


ନୂଆଗାଁ ବ୍ଲକ ଥୁଆବାରୀ ଗ୍ରାମ ଅଧିନସ୍ଥ ନୀଳାଚଳ ସାରସ୍ୱତ ଆଶ୍ରମ ପରିସରରେ ଆଜି ବ୍ରହ୍ମ ଚେତନା ପରିଷଦ ପକ୍ଷରୁ ଧରିତ୍ରୀ ମାଣ ପାଈଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଓଡିଶା ଏକ ଅଗ୍ରଣୀ ସ୍ୱଚ୍ଛାସେବୀ ସଂଗଠନ ବ୍ରହ୍ମ ଚେତନା ପରିଷଦ ଆନୁକୂଲ୍ୟରେ ଧରିତ୍ରୀ ମାଣକୁ ଆସନ୍ନ ବିପଦରୁ ସୁରକ୍ଷା ଦେବା ନିମନ୍ତେ ଧରିତ୍ରୀ ମାଣ ପାଈଁ ରବିବାର ନାମରେ ଏକ ସମୟ ଉପଯୋଗୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ତତ ସହିତ ଆଶ୍ରମ ନିକଟରେ ଥିବା ପ୍ରାଥମିକ ବିଦ୍ୟାଳୟ ଚତୁର୍ପାଶ୍ୱରେ ଆମ୍ବ, ବଉଳ, ଅଁଳା, ନାଗଚମ୍ପା, କାଠ ବାଦାମ, ଦେବଦାରୁ ଆଦି ବୃକ୍ଷ ରୋପଣ କରାଯାଇଥିଲା. ନିକଟରେ ଥିବା ଏକ ପୁଷ୍କରିଣୀରୁ ଦଳ ସଫା କରାଯାଇଥିଲା. ନିକଟରେ ଥିବା ଗ୍ରାମ ବାସୀଙ୍କୁ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଉକ୍ତ ଶିବିରରେ ପରିଷଦର ସମ୍ପାଦକ ସୁକାନ୍ତ ଚନ୍ଦ୍ର ନନ୍ଦଉକ୍ତ କାର୍ଯ୍ୟକ୍ରମ ର ଲକ୍ଷ ଓ ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ. ସବୁଜ କୋଠରୀ ପ୍ରଭାବ,ଜଳବାୟୁ ପରିବର୍ତନ, ଦ୍ରୁତ ଜଙ୍ଗଲ ଅବକ୍ଷୟ, ଜଳ ପ୍ରଦୂଷଣ, ପ୍ଲାଷ୍ଟିକ ବ୍ୟବହାର ର କୁପ୍ରଭାବ ଆଦି ବିଷୟରେ ପ୍ରକୃତି ପ୍ରେମୀଙ୍କୁ ଅନୁରୋଧ କରିଥିଲେ. ପ୍ରକୃତି ଓ କୃଷିର ଉର୍ନ୍ନତି ପ୍ରତି ନିରନ୍ତର ପ୍ରୟାଶ କରାଯିବ.ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ମାନ ପତ୍ର ଦେଇ ସଂମ୍ମାନିତ କରାଯିଥିଲା. ଉକ୍ତ କାର୍ଯ୍ୟକ୍ରମ ରେ ପରିଷଦର ସଭାପତି ପ୍ରଦୀପ କୁମାର ମିଶ୍ର,ମୁଖ୍ୟ ସଂଗଠକ ମନୋଜ କୁମାର ପଣ୍ଡା, ନୀଳାଞ୍ଚଳ ସାରସ୍ୱତ ଶାଖାର ସଂଘ ପକ୍ଷରୁ ବଳଭଦ୍ର ଭାଇ, ସୁବାଷ, କୃଷ୍ଣମୋହନ, କୈବଲ୍ୟ ପ୍ରମୁଖ ବ୍ୟକ୍ତି ସହଯୋଗ କରିଥିଲେ.

Post a Comment

0 Comments