ବନବିଭାଗ ଦ୍ଵାରା ୧୮ ଶାଳ ସାଇଜ ଜବତ

 


ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଜକେଡା ପଂଚାୟତର ଶିମିଳିସାହି କୁଟିବାରି ରାସ୍ତା ରୁ ବନବିଭାଗ ଦ୍ଵାରା ୧୮ ସାଳ ସାଇଜ ଜବତ କରିଛି ବନବିଭାଗ । ସୂଚନା ମୁତାବକ କଲି ବିଳମ୍ବିତ ରାତିରେ ବନବିଭାଗ ପେଟ୍ରୋଲିଂ କରୁଥିବା ସମୟରେ କୌଣସିସୂତ୍ରରୁ ଖବର ପାଇ ବନବିଭାଗ କର୍ମଚାରୀ କୁଟିବାରି ଶିମିଳିସାହି ରାସ୍ତାରେ ଚଢାଉ କରିଥିଲେ । ଘଟନା ସ୍ଥଳରେ ପହଞ୍ଚିବା ବେଳକୁ ଦୃବୃତ ମାନେ ସେଠାରୁ ଚମ୍ପଟ ମାରିଥିଲେ । ଘଟନା ସ୍ତଳରୁ ପିକପ ଭ୍ୟାନ ଗାଡ଼ି ଓଡି 0୨ ସିଏ୮୯୯୩  ସହିତ ୧୮ ଟି ସାଇଜ ଜବତ ହୋଇଛି । ଘଟନା ସ୍ଥଳରେ ବନବିଭାଗ କର୍ମଚାରୀ ମୀନକେତନ ନାୟକ ବନପାଳ ମହିତମା ବିଟ ,ଅର୍ଦ୍ଧେନ୍ଦୁ ପରିଡା , ,ସୁଧାକର ସାହୁ ,ଶ୍ରୀକାନ୍ତ ନାୟକ, ଯୋଗେନ୍ଦ୍ର ସ୍ଵାଇଁ ବନରକ୍ଷୀ ଉପସ୍ଥିତ ରହିଥିଲେ ।ଗାଡି ସହିତ ସମସ୍ତ ଶାଳ ଲଗ ଯବତ କରିବା ସହିତ କେଶ ନ ୪୧ /୨୦୨୪ ଏକ ମାମଲା ଋଜୁକରlଜାଇ ଅଛି । କାଠର ମୂଲ୍ୟ 20ହଜାର ଟଙ୍କା ହେବ ବୋଲି ସୂଚନା ମହିତମା ବନପାଳଙ୍କ ଠାରୁ ହସ୍ତଗତ ହୋଇଅଛି ।

Post a Comment

0 Comments