
ନୟାଗଡ ଜିଲ୍ଲା ନୂଆଗାଁ ସଦର ମହକୁମା ଅଧୀନରେ ଥିବା ନୂଆଗାଁ ପ୍ରାଇମେରୀ ସ୍କୁଲ ପଡିଆରେ ନୂଆଗାଁ ଗ୍ରାମପଞ୍ଚାୟତ ସ୍ତରୀୟ ଆମ ଓଡିଶା-ନବୀନ ଓଡିଶା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଅଛି..ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତ ର ବହୁଶାଙ୍ଖ୍ୟରେ ଜନସାଧାରଣ ଓ ବରିଷ୍ଠ ନାଗରିକ ଯୋଗଦାନ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ବିଭିନ୍ନ ଜନହିତକାରୀ ଯୋଜନା ସମ୍ବଦ୍ଧରେ ଅବଗତ କରାଯାଇଥିଲା। . ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଦଶପଲ୍ଲା ଶ୍ରୀ ରମେଶ ଚନ୍ଦ୍ର ବେହେରା ଙ୍କ ସହ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟ ବେହେରା ,ଜିଲ୍ଲାପରିଷଦ ସଭ୍ୟା ପ୍ରତିମା ଦଳବେହେରା ,ନୂଆଗାଁ ବ୍ଲକ ବିଡିଓ ବାସୁଦେବ ନାୟକ ,ସିଡିପିୟ ଶୁଭ୍ର କେସରୀ ମଲ୍ଲିକ ,ନୂଆଗାଁ ସରପଞ୍ଚ ଅମିଟା ପରିଡା ,ନ୍ୟାୟବ ସରପଞ୍ଚ ବସନ୍ତ ପ୍ରଧାନ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ବହୁ ଜନପ୍ରତିନିଧି ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ ମଧ୍ୟରେ ବିଭିନ୍ନ ସ୍ଵୟଂ ସହାୟକ ଗୋଠି ଦ୍ଵାରା ଖୋଲା ଯାଇଥିଲା ପିଠା ଷ୍ଟଲ ଶ୍ରୀ ବେହେରା ବୁଲି ଦେଖିବା ସହିତ ପିଠା ଖାଇଥିଲେ । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୀ ବେହେରା ସଭାରେ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ଦ୍ଵାରା ବିଭିନ୍ନ ଜନହିତେସୀ କାର୍ଯ୍ୟକ୍ରମର ବିଷୟରେ ବୁଝାଇବ ସହିତ ଧନ୍ୟବାଦ ଦେଇଥିଲେ । ନୂଆଗାଁ ଗ୍ରାମପଞ୍ଚାୟତ ବିକାଶ ଝଲକ ସମ୍ବଧରେ ଆଲୋଚନା କରଯାଇଥିଲା । ସମସ୍ତ ଅତିଥି ମନଙ୍କ ଦ୍ଵାରା ଆମ ଗ୍ରାମ ପଞ୍ଚାୟତ ବିକାଶ ପୁସ୍ତକ ଉନ୍ମୋଚନ ହୋଇଥିଲା ।

ଯାହାକି ଆମ ପଞ୍ଚାୟତ ବିକାଶ ପୁସ୍ତକରେ ସ୍ଥାନ ପାଇଛି । ଆମ ଓଡିଶା ନବୀନ ଓଡିଶା ରେ ୧୬ ଟି ପ୍ରକଳ୍ପ ପାଇଁ ୫୦ଲକ୍ଷ ,ବିଜୁ ସ୍ୱାସ୍ଥ୍ୟ କଲ୍ଯାଣ ଯୋଜନା ପାଇଁ ୧୦୮୩ ପରିବାର କୁ ବିଜୁ ସ୍ୱାସ୍ଥ୍ୟ କଲ୍ଯାଣ ଯୋଜନା ଅନ୍ତର୍ଭୁକ୍ତ ହେବ ସହିତ ୧୩୩ ହିତାଧି କରି ଉପକୃତ ,ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ଯୋଜନାରେ ୨ ଟି ପ୍ରକଳ୍ପ ପାଇଁ ୮ ଲକ୍ଷ ,କାଳିଆ ଯୋଜନାରେ ୮୯୭ ପରିବାର ଅନ୍ତର୍ଭୁକ୍ତ ,ସାମାଜିକ ସୁରକ୍ଷା ଭତା ରେ ୪୨୭ ହିତାଧିକାରୀ ,ମିସନ ଶକ୍ତି ୮୯ ମିଶନ ଶକ୍ତି ଗୋଷ୍ଠୀଙ୍କୁ ୭୨୬.୫ ଲକ୍ଷ ବୀନା ସୁଧାରେ ରୁଣ ,ରେସନ କାର୍ଡ ୧୧୩୪ ପରିବାର ,ମମତା ଯୋଜନା ରେ ୬୫୭ ଗର୍ଭବତୀ ମହିଳାଙ୍କୁ ମମତା ସହାୟତା । ଲକ୍ଷ୍ମୀ ଯୋଜନାରେ ଫେବ୍ରୁୟାରୀ ରୁ ଲକ୍ଷ୍ମୀ ବସ ସେବା । ଏ ସମସ୍ତ ଜନହିତ କରି ଯୋଜନା ବିଷୟରେ ସମସ୍ତ ଜନ ସାଧାରଣଙ୍କୁ ଅବଗତ କରଯାଇଥିଲା ।
0 Comments