ନୟାଗଡ଼ ସାହିତ୍ୟ ଉତ୍ସବ ପ୍ରସ୍ତୁତି ବୈଠକ



ଆସନ୍ତା ମାର୍ଚ୍ଚ ତିନି ତାରିଖରେ ଓଡ଼ିଆ ମିଡ଼ିଆ ପ୍ରା.ଲି.ପକ୍ଷରୁ ଆୟୋଜିତ ହେବାକୁଥିବା ତୃତୀୟ ନୟାଗଡ଼ ସାହିତ୍ୟ ମହୋତ୍ସବରେ କଵି ଓ ସାହିତ୍ୟିକ ଯୋଗଦାନ କରିବା ନିମନ୍ତେ ନୂଆଗାଁ ବ୍ଳକ ଅନ୍ତର୍ଗତ ଦୁର୍ଦ୍ଦୁ୍ରା ଗ୍ରାମର ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର ଅନୁଷ୍ଠାନରେ ବ୍ଳକର ଆବାହକ ତଥା ସଂଯୋଜକ କଵି ଶ୍ରୀଧର ବେହେରାଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଛି। ଉକ୍ତ ସାହିତ୍ୟ ଆସରରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ,ବକଳବନ୍ଧର ସହକାରୀ ଶିକ୍ଷକ ସୁବାଷ ଚନ୍ଦ୍ର ଗୋଛିଙ୍କ ସଭାପତିତ୍ବରେ ସମସ୍ତ କବି/ ସାହିତ୍ୟିକ ଉପସ୍ଥିତ ରହି ପାଠାଗାର ପ୍ରାଙ୍ଗଣରେ ରହିଥିବା ମହାପ୍ରଭୁଙ୍କ ରଥଚକଙ୍କୁ ପୂଜାର୍ଚ୍ଚନା କରି ଗୀତଗୋବିନ୍ଦ ପାଠ କରି ସ୍ବରଚିତ କବିତାମାନ ପାଠ କରାଯାଇଥିଲା। ଉକ୍ତ କବିତା ପାଠ ଆସରରେ ଅବସରପ୍ରାପ୍ତ ଶିକ୍ଷକ ଧିରେନ୍ଦ୍ର କୁମାର ସାହୁ , ଶିକ୍ଷକ ତଥା କଵି ସୁରେନ୍ଦ୍ର ଖଣ୍ଡୁଆଳ, ବ୍ରଜବନ୍ଧୁ ବେହେରା, ଲକ୍ଷ୍ମୀଧର ବେହେରା, ଦୁର୍ଯୋଧନ ସାହୁ,କଵି କିଶୋର ଚନ୍ଦ୍ର ସାହୁ, ନାଟ୍ୟ ନିର୍ଦ୍ଦେଶକ ବିପିନ୍ ବିହାରୀ ସାହୁ , ସ୍ଵେଚ୍ଛାସେବୀ ପରମେଶ୍ବର ସାହୁ, କୈଳାସ ଚନ୍ଦ୍ର ସ୍ଵାଇଁ, କୃଷ୍ଣ ଚନ୍ଦ୍ର ଦୁଆରୀ, ରଘୁନାଥ ଦୁଆରୀ, ବ୍ରଜକିଶୋର ଦଳେଇ, ଜିତେନ୍ଦ୍ର ସ୍ଵାଇଁ , ଅବକାଶ ଦୁଆରୀ, ଅଙ୍ଗନବାଡ଼ି କର୍ମୀ ତଥା 

କବୟିତ୍ରୀ ଅନିତା ମଞ୍ଜରୀ ଶତପଥୀ ପ୍ରମୁଖ ଯୋଗଦାନ କରି ସ୍ବରଚିତ କବିତାମାନ ଆବୃତି କରିଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର ଅନୁଷ୍ଠାନ ପକ୍ଷରୁ ପ୍ରତିଷ୍ଠାତା ସଂଗ୍ରାହକ ସଞ୍ଜୟ କୁମାର ସାହୁ ସମସ୍ତ ସାହିତ୍ୟିକ, କଵି, କଵୟିତ୍ରୀ,ପାଠକ, ପାଠିକାଙ୍କୁ ଧନ୍ୟବାଦ୍ ଅର୍ପଣକରିଥିଲେ ।

Post a Comment

0 Comments