ନୂଆଗାଁ ବ୍ଲକ ମଧ୍ୟରେ ଆରମ୍ଭ ହେଲା ଲକ୍ଷ୍ମୀବସ


 ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମଧ୍ୟରେ ଆରମ୍ଭ ହୋଇଯାଇଛି ଲକ୍ଷ୍ମୀ ବସଶ ସେବା । ସୂଚନା ମୁତାବକ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ନୟାଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗାଁ ଲୋକମାନେ ଲକ୍ଷ୍ମୀ ବସ୍‌ ଜରିଆରେ ସୁବିଧାରେ ଏବଂ କମ ଖର୍ଚ୍ଚରେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ କରିପାରିବେ। ଲକ୍ଷ୍ମୀ ବସ୍‌ ଆମର ଜୀବନ ଯାତ୍ରାକୁ ସହଜ କରିବ, ଘରେ ଘରେ ସମୃଦ୍ଧି ଆଣିବ।

ମୋ ସରକାର ହେଉଛି ଲୋକଙ୍କ ସରକାର । ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେଇ ଓଡିଶା ସରକାର ଯୋଜନା କରନ୍ତି । 5T ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଲୋକଙ୍କ ଅସୁବିଧାକୁ ଅନୁଭବ କରିଥିଲୁ ଏବଂ ଲୋକଙ୍କ ପ୍ରସ୍ତାବକୁ ଅନୁଶୀଳନ କରି ଗାଁ ଲୋକଙ୍କର ଯୋଗାଯୋଗ ସମସ୍ୟା ଦୂର କରିବା ପାଇଁ ଲକ୍ଷ୍ମୀ ବସ୍‌ ଯୋଜନା ପ୍ରସ୍ତୁତ କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।  ୧୬ /୨ /୨୦୨୪ ଋଖ ଦିନ ଷ୍ଟାଡିୟମ ରେ ନୟାଗଡ ଜିଲ୍ଲା ମଧ୍ୟରେ ଲକ୍ଷ୍ମୀ ବସ ଯୋଜନାର ଶୁଭରମ୍ବ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ  ନୟାଗଡ ବିଧାୟକ ଡ ଅରୁଣ କୁମାର ସାହୁ ,ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ,ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ,ଜିଲ୍ଲା ପରିଷଦ ଅଧକ୍ଷ ଈ॰ ଦେବାଶିଷ ପଟନାୟକ ,ଅତିରିକ୍ତ ଜିଲ୍ଲା ପାଳ ଦିଲୀପ କୁମାର ବଳ ପ୍ରମୁଖ ଉପସ୍ଥିତ ରହିଥିଲେ । ରୂପାନ୍ତରିତ ଓଡିଶାର ଭିତିଭୂମି ସୁଦୃଢ କରିବ ଏହି ଲକ୍ଷ୍ମୀ ବସ ଯୋଜଜନା । 

ଆଜି ନୂଆଗାଁ ବ୍ଲକ ମଧ୍ୟରେ ରେ ଗଡିଛି ଲକ୍ଷ୍ମୀବସ । ପ୍ରଥମ ଦିନରେ ୨ଟି ବସ ଗଡିଚି । ପ୍ରଥମ ଦିନରେ କଲେଯ ଛାତ୍ର ଛାତ୍ରୀ ମାନେ ଏ ସେବାର ଆନନ୍ଦ ନେଇଥଲେ । ନୂଆଗାଁ ବ୍ଲକ ମଧ୍ୟରେ ୨ଟି ରୁଟ ରେ ଆରମ୍ଭ ହେଲା ଲଷ୍ମୀ ବସ

ନୂଆଗାଁ ବ୍ଲକ ମଧ୍ୟରେ ଆଜି ଆରମ୍ଭ ହୋଇଯାଇଛି ଲଷ୍ମୀବସ ସେବା. ସୂଚନା ମୁତାବକ କାଲି ନୟାଗଡ଼ ଜିଲ୍ଲାରେ ଷ୍ଟାଡିଅମ ପଡିଆରେ ଲଷ୍ମୀବସ ସେବାର ଶୁଭାରମ୍ଭ କରିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ. ନୟାଗଡ, ଦଶପଲ୍ଲା, ରଣପୁର ନିର୍ବାଚନ ମଣ୍ଡଳୀର ବିଧାୟକ ମନେ ଉପସ୍ଥିତ ରେ ଏହି ସେବା ଆରମ୍ଭ ହୋଇଥିଲା. ସୂଚନା ମୁତାବକ ଆଜି ନୂଆଗାଁ ବ୍ଲକ ମଧ୍ୟରେ ୨ଟି ରୁଟ ମଧ୍ୟରେ ଆରମ୍ଭ ହୋଇଛି ଏହି ଲଷ୍ମୀ ବସ ସେବା.ପ୍ରଥମ ରୁଟ ରେ ନୂଆଗାଁ, ମାଇଛେଳି, ବାଲଣ୍ଡା, ପାରାଢ଼ିପି, ଥୁଆବାରୀ, ମହୀପୁର, ଗତେରୀ, ଲିଙ୍ଗୀରିବାରୀ, ସିଙ୍ଗାରପଲ୍ଲୀ, ଶୁଣ୍ଢୀଝୋଲା, କଇଁଥପଲି, ଘଡେଇବନ୍ଧ, ବାହାଡଝୋଲା, ହରିପୁର. ରୁଟ ୩ ମାଧ୍ୟମରେ ନୂଆଗାଁ, ଖଳମଡା, ଯାକେଡ଼ା, ଡ଼ିମିରିପଲ୍ଲୀ, ଗୁମି, କାପ୍ତାପଲ୍ଲୀ, ଘଡେଇବନ୍ଧ, ବାହାଡଝୋଲା, ବେରୁଆଁବାରୀ ପ୍ରମୁଖ ଗ୍ରାମରେ ଗ୍ରାମରେ ଆଜି ଗଡ଼ିଲା ଲଷ୍ମୀ ବସ. ଏହି ସୂଚନା ନୂଆଗାଁ ବ୍ଲକ ବିଡ଼ିଓ ବାସୁଦେବ ନାୟକ ଦେଇ.ଅଛନ୍ତି.

                                                ରୁଟ ଚାର୍ଟ

ଲିଙ୍କ କୁ କ୍ଲିକ କରନ୍ତୁ           ----------------------------------------------------Maplink https://maps.app.goo.gl/ErhJNDuyeNWrTfYm6
 Maplink https://maps.app.goo.gl/BNncyj6zDbWchpHS8
Maplink https://maps.app.goo.gl/JXpk2v2oHc2PFZSf8
Maplink https://maps.app.goo.gl/iVC9AnWYCeRNMMMW9





Post a Comment

0 Comments