ତୃତୀୟ ସଂନ୍ଧ୍ୟା ଦର୍ଶକଙ୍କ ଭିଡରେ ଭରପୁରପଞ୍ଚୁ ପାଣ୍ଡଵ ମହୋତ୍ସବ ପଡିଆ,ହସ, ଖୁସି ଓ ହସର ମାଧ୍ୟମ ହେଉଛି ମିହୋତ୍ସବ (ଏଲିନା )

 


ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ୬ ତମ ପାଣ୍ଡଵ ମହୋତ୍ସବ ର ତୃତୀୟ ସଂନ୍ଧ୍ୟାରେ ରଙ୍ଗୀନ କାର୍ଯ୍ୟକ୍ରମ ରୁ ଆରମ୍ଭ ହୋଇଥିଲା.ଆଞ୍ଚଳିକ କଳାକାରମାନଙ୍କ ଦ୍ୱାରା ସୁନ୍ଦର ନୃତ୍ୟ ପରିବେଷଣ ହୋଇଥିଲା. ଯାହାକି ସମସ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା. ଆଜିର ସାନ୍ଧ୍ୟ ସଭା ସଠିକ ସମୟରେ ଆୟୋଜନ ହୋଇଥିଲା.ଅତିଥି ମାନଙ୍କୁ ସ୍ୱାଗତ ସଂଗୀତ ମଧ୍ୟମରେ ମଂଚାସୀନ ଅତିଥି ମାନଙ୍କୁ ସ୍ୱାଗତ କରାଯାଇଥିଲା. ମଞ୍ଚକୁ ଅବସରପ୍ରାପ୍ତ ଅଧକ୍ଷ ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭିକାରୀ ଚରଣ ସ୍ୱାଇଁ ପରିଚାଳନା କରିଥିଲେ.ଅତିଥିମାନଙ୍କ ପରିଚୟ ପ୍ରଦାନ କରି ସଭା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା.

ମୁଖ୍ୟ ଅତିଥି ଇ. ଦେବାଶିଷ ପଟନାୟକ ନିଜ ଅଭିଭାଷଣ ମାଧ୍ୟମରେ କଷ୍ଟି ଡାକୁଆ ଓ ଥୁଆବାରୀ ଗ୍ରାମର ସହିଦମାନଙ୍କୁ ଗୁଣ କୁ ବାଖ୍ୟା କରିଥିଲେ. ତତ ସହିତ ନୂଆଗାଁ ମହୋତ୍ସବ ର ଗୁଣ ଗାନ କରିଥିଲେ.ନେତ୍ରୀ ଓ ଅଭିନେତ୍ରୀ ଏଲିନା ଦାସ ନିଜ ଅଭିଭାଷଣ ମାଧ୍ୟମରେ ବ୍ୟକ୍ତ କରିଥିଲେ ଯେ ହସ, ଖୁସି ଓ ହସର ମାଧ୍ୟମ ହେଉଛି ମିହୋତ୍ସବ.


ମିଶନ ଶକ୍ତିର ମୁଖ୍ୟ ଉଦେଶ୍ୟ ଓ ବିଧାୟକଙ୍କ ଗୁଣ ଗାନ କରିଥିଲେ.ମାନ୍ୟବର ବିଧାୟକ, ମହୋତ୍ସବ କମିଟିର ସଭାପତି ରମେଶ ଚନ୍ଦ୍ର ବେହେରା ଶେଷରେ ଅଭିଭାଷଣ ଦେଇଥିଲେ.ଜୟ ଜଗନ୍ନାଥ ଧୋନୀରେ ସାରା ମହୋତ୍ସବକମ୍ପିଥିଲା. ଅତିଥିଙ୍କୁ ଧନ୍ୟବାଦ ଦେଇ ନିଜର ଅଭିଭାଷଣ ଆରମ୍ଭ କରିଥିଲେ.କାର୍ଯ୍ୟକ୍ରମ ରେ ଅତିଥିଭାବରେ ଦଶପଲ୍ଲା ବ୍ଲକ ଅଧକ୍ଷା ସୁନନ୍ଦା ସାହୁ.ଦିଲୀପ କୁମାର ବଳ ଅତିରିକ୍ତ ଜିଲ୍ଲା ପାଳ,ଶେନ୍ହଶିଷ ସାହୁ,ଉପଖଣ୍ଡ ଅଧିକାରୀ, ନୟାଗଡ଼,ସତ୍ୟଭାମା ନାୟକ, ଜିଲ୍ଲାପରିଷଦ ସଭ୍ୟା,ରମେଶ ଚନ୍ଦ୍ର ପ୍ରଧାନ, ସମ୍ପାଦକ ନୂଆଗାଁ ଡିଗ୍ରୀ କଲେଜ.ସଭା ଶେଷରେ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା. ଭିକାରିଚାରଣ ସ୍ୱାଇଁ, ସଞ୍ଜୟ କୁମାର ସାହୁ, ପ୍ରଫୁଲ କୁମାର ବାରିକି, ମଦନ ମୋହନ ପ୍ରଧାନ, ଦେବରାଜ ଖଣ୍ଡୁଆଳ, ସମସ୍ତ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା. ଶେଷରେ ରମେଶ କୁମାର ପ୍ରଧାନ ଧନ୍ୟବାଦ ଅଭିଭାଷଣ ଦେଇଥିଲେ.


Post a Comment

0 Comments