ନୂଆଗାଁ ବ୍ଲକ ସ୍ତରୀୟ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ପ୍ରତିଯୋଗୀତା

 


ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ପ୍ରତିଯୋଗୀତା ନୂଆଗାଁ ପ୍ରାଇମେରୀ ବିଦ୍ୟାଳୟ ମଧ୍ୟ୍ୟରେ ଅନୁଷ୍ଠିତ ହୋଇଯାଇଛି.ଓଡ଼ିଆ ଭାଷାକୁ ବିଶ୍ୱାସ୍ତଶ୍ରୀୟ କରିବା ପାଈଁ କରିବା ପାଈଁ ଓଡିଶାର ମୁଖ୍ୟମନ୍ତ୍ରୀ ଙ୍କ ଏହା ହେଉଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କରାଯାଇ ଅଛି.ଏହିସକାଶେ ପ୍ରତେକ ବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଅଛି.ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର କରିବାପାଇଁ ଲକ୍ଷ କରାଯାଇଛି. ସ୍ଥାନୀୟଭାଷା ପ୍ରତି ସକାରାତ୍ମକ ମନୋଭାବ ସହିତ ଭଲପାଇବା ଜାଗ୍ରତ କରିବା ମୁଖ୍ୟ ଭୂମିକା ହେଉଛି ଛାତ୍ର ଛାତ୍ରୀଙ୍କର.ପ୍ରଥମ ଦିବସରେ ୩ତାରିଖ ରେ ଆଞ୍ଚଳିକ ମଣ୍ଡଳ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା.ଚିତ୍ରାଙ୍କନ, ତର୍କ, କୁଇଜ ପ୍ରତିଯୋଗୀତା କନିଷ୍ଠ ଓ ଜ୍ୟାଷ୍ଠ ମଧ୍ୟରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା.୧୩ କ୍ଲଷ୍ଟର ରୁ ୫୩ ଜଣ ପ୍ରତିଯୋଗୀ ଯୋଗଦେଇଥିଲେ.


ପ୍ରତିଯୋଗିତାରେ ବିଚାରକ ଭାବରେ ୨ ଅବସର ପ୍ରପାତ ଶିକ୍ଷକ ମଦନ ମୋହନ ପ୍ରଧାନ,ରବିନାରାୟଣ ଖଣ୍ଡୁଆଳ ଉପସ୍ଥିତ ରହିଥିଲେ.ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ନୂଆଗାଁ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଅତିରିକ୍ତ ଶିକ୍ଷା ଅଧିକାରୀ ଜ୍ୟୋଷ୍ଣରାଣୀ ସେଠି, ମୀନକେତନ ସ୍ମାରକୀ ସଂସ୍କୃତ ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ଚିନ୍ମୟ କୁମାର ପ୍ରଧାନ,କୈଳାଶ ଚନ୍ଦ୍ର ନାୟକ ବିଭିନ୍ନ ଆଞ୍ଚଳିକ ସାଧରଣ କେନ୍ଦ୍ରର ସିଆରସିସି, ଶିକ୍ଷକ ଉପସ୍ଥିତ ରହିଥିଲେ. ଶେଷରେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ଦିଆଯାଇଥିଲା.ପ୍ରତିଯୋଗିତାରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ୬ ଜନ ପ୍ରତିଯୋଗୀ ଭାଗନେବେ ପ୍ରଥମ ସୀମାରାଣୀ ସିଠ , ଶାନ୍ତିଲତା ବାରିକି, ପ୍ରିୟା ସାହୁ,ଆଶୁତୋଷ ସ୍ୱାଇଁ, ଅନିଶାରାଣୀ ସାହୁ, ଶୁଭମ ପଣ୍ଡା.

Post a Comment

0 Comments