ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନୁଷ୍ଠିତ ହେଉଥିବା ପଞ୍ଚୁପାଣ୍ଡଵ ମହୋତ୍ସବ ଓ ପଲିଶ୍ରୀ ମେଳା ଦ୍ୱିତୀୟ ସଂନ୍ଧ୍ୟା ସଂଗୀତ ମୟ ହୋଇଥିଲା ସାଂସ୍କୃତି କାର୍ଯ୍ୟକ୍ରମ ରେ ଦର୍ଶକଙ୍କୁ ମନ ମୋହିଥିଲା.ଦଶପଲ୍ଲା ନୃତ୍ୟ ଏକାଡେମୀ ଙ୍କ ଦ୍ୱାରା ପରିବେଷଣ ଓଡିଶୀ ନୃତ୍ୟ ଆତିବ ସୁନ୍ଦର ଓ ମନମୋହିଥିଲା.ତତ ସହିତ ଖଣ୍ଡୁଗାଁ,କାପ୍ତାପଲ୍ଲୀ,ନୂଆଗାଁ ସରକାରୀ ପ୍ରାଇମେରୀ ସ୍କୁଲ ସହିତ ଅନେକ ନୃତ୍ୟ ଗ୍ରୁପ ଯୋଗ ଦେଇଥିଲେ. ସଂନ୍ଧ୍ୟା ସମୟରେ ଦ୍ୱିତୀୟ ଦିନର ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା.ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ରଣପୁର ସତ୍ୟନାରାୟଣ ପ୍ରଧାନ, ମହୋତ୍ସଵ କମିଟି ସଭାପତି ତଥା ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା,ମୁଖ୍ୟ ବକ୍ତା ବିଷ୍ଣୁ ପ୍ରିୟା ବେହେରା ଉପାଧକ୍ଷ ଜିଲ୍ଲା ପରିଷଦ ନୟାଗଡ଼,ବିଶିଷ୍ଟ ଅତିଥି ଜାନକୀ ଦେହୁରୀ ଅଧକ୍ଷା ସ୍ୱଷ୍ଟାନ୍ତ୍ର ଉନ୍ନୟନ ପରିଷଦ, ନୟାଗଡ଼.ସନ୍ନମାନୀତ ଅତିଥି ଭବରେ ଗଣିଆ ବ୍ଲକ ଅଧକ୍ଷା ଝୁନା ଜେନା,ରାଜକିଶ୍ୱର ସାହୁ, ଉପାଧକ୍ଷ ଗଣିଆ.ନରେଶ କୁମାର ବେହେରା ଜିଲ୍ଲା ପରିଷଦ ସଭ୍ୟ ଯୋନ ନଂ ୮. ହରିଶ୍ଚନ୍ଦ୍ର ଯାନୀ ଜିଲ୍ଲା ପରିଷଦ ସଭ୍ୟ ଯୋନ ନଂ ୯,ନାରାୟଣ ଲେଙ୍କା ଥାନା ଅଧିକାରୀ, ପ୍ରଶାନ୍ତ କୁମାର ସାହୁ ଶିକ୍ଷା ଜିଲ୍ଲା ଅଧିକାରୀ ନୂଆଗାଁ.ମଞ୍ଚରେ ଉପସ୍ଥିତ ରହିଥିଲେ
.ଆଜିର ସନ୍ଧ୍ୟାକାଳୀନ ସଭାରେ ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ଦେଇଥିଲେ ଗାଲେଖ ବିହାରୀ ଗୋଛାୟତ.ତତ ପରେ ପୁଷ୍ପ ଗୁଛ ଦେଇ ସମସ୍ତ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା.ଅବସର ପ୍ରାପ୍ତ ଶିକ୍ଷକ ମଦନ ମୋହନ ପ୍ରଧାନ ଓ ନୂଆଗାଁ ହାଇସ୍କୁଲ ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ କରାଯାଇଥିଲା.ତତ ପରେ ବିଭିନ୍ନ ଅତିଥିମାନେ ନିଜର ଅଭିଭାଷଣ ରଖିଥିଲେ.ଶେଷରେ ମାନ୍ୟବର ବିଧାୟକ ଶ୍ରୀ ବେହେରା ଜୟ ଜଗନ୍ନାଥ କହି ନିଜ ଅଭିଭାଷଣ ଆରମ୍ଭ କରିଥିଲେ. ଆଜି ଓଡିଶା ପାଈଁ ହେଉଛି ମହାନ ଦିବସ. କାରଣ ଓଡ଼ିଆ ଙ୍କ ଭାଷା ଓଡ଼ିଆ ଭାଷାକୁ ଆଣି ବିଶ୍ୱ ସ୍ତରୀୟ କରିବା ପାଈଁ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ପ୍ରୟାଶ କୁ ଧନ୍ୟବାଦ ଦେଇଥିଲେ. ଉପସ୍ଥିତ ଥିବା ସମସ୍ତ ଅତୀଥିଙ୍କୁ ଧନ୍ୟବାଦ ଅର୍ପଣ କରିହିଲେ.ମଂଚାସୀନ ସମସ୍ତ ଅତିଥି, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବିଶିଷ୍ଟ ଅତିଥି ମାନଙ୍କୁ ଉତ୍ତରୀୟ ଦେଇ ସନ୍ନମାନିତ କରାଯାଇଥିଲା. କୋରଡ଼ା ପଞ୍ଚାୟତ ହାଇସ୍କୁଲ ଛାତ୍ର ଛାତ୍ରୀଙ୍କ ଦ୍ୱାରା ପଞ୍ଚୁପାଣ୍ଡଵ ମହୋତ୍ସଵ ବନ୍ଦନା ନୃତ୍ୟ ପରିବେଷଣ କରାଯାଇଥିଲା.ଜଗସିଂ ପୁର ଆସିଥିବା କଳାକାର ମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ପରିବେଷଣ ହୋଇଥିଲା.ଅନ୍ତିମ ସମୟରେ ସୁନାମ ଧନ୍ୟ ଗାୟିକା ଦିପ୍ତୀରସଖା ପଢି ଗ୍ରୁପ ଦ୍ୱସରା ସଂଗୀତ ପାରିବେସଣ ହୋଇଥିଲା. ବ୍ୟଙ୍ଗ କଳାକାରମାନେ ନିଜ କବିତାରେ ଦର୍ଶକଙ୍କୁ ହସାଇଥିଲେ.
0 Comments