ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ୩ ଗୋଟି ପ୍ରକଳ୍ପ ର ଶୁଭାରମ୍ଭ

 


ନୟାଗଡ଼ ଜିଲ୍ଲା ନୂଆଗାଁ ଉଚ୍ଚ ବିଦ୍ୟାଳୟ ର ପଡ଼ିଆରେ ମିଶନ ଶକ୍ତି ବିଭାଗ ତରଫ ରୁ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ୩ ଗୋଟି ପ୍ରକଳ୍ପ ର ଶୁଭାରମ୍ଭ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଭିଡ଼ିଓ କନଫୋରେନସ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । (୧). 0% ସୁଧରେ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ( ୨.) ୧୪୫ କୋଟି ଟଙ୍କାର ସୁଧ ଫେରସ୍ତ  (୩) ୭୩୦ କୋଟି ଟଙ୍କାର ୟୁନିଫର୍ମ ଓ ବ୍ଳେଜର ସହାୟତା ଆମ୍ଭ ବ୍ଲକର ୯୪୫ ଗୋଟି ଗୋଷ୍ଠି କୁ ୫୭୫୫୨୪୫ ଟଙ୍କା ର ବ୍ୟାଙ୍କ ସୁଧ ଫେରସ୍ତ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା ନିର୍ବାଚନ ମଣ୍ଡଳି ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ବ୍ଲକ ଅଧ୍ୟକ୍ଷା ଶ୍ରୀମତ ଲକ୍ଷ୍ମୀପ୍ରିୟା ବେହେରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବାସୁଦେବ ନାୟକ , ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଶୁଭ୍ରକେଶୀ ମଲ୍ଲିକ ବି.ପି.ସି ନିଶନ ଶକ୍ତି ଶ୍ରୀ ଦିଲ୍ଲୀପ କୁମାର ନାୟକ , ବିପିଏମ ଓଲମ ଶ୍ରୀମତୀ ସଶ୍ମିତା ପରିଡ଼ା ୧୭ ନଂ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ପ୍ରତିମା ଦଳ ବେହେର| ଆଇଆଇସି ଶ୍ରୀଯୁକ୍ତ ନାରାୟଣ ଚ଼ନ୍ଦ୍ର ଲେଙ୍କା ଙ୍କ ସହିତ PRI ସଭ୍ୟ/ସଭ୍ୟା , ସମସ୍ତ ଆଇସିଡିଏସ ଷ୍ଟାଫ ସମସ୍ତ ଓଏଲମ ଷ୍ଟାଫ, ବ୍ଲକଷ୍ଟାଫ ସମସ୍ତ କମ୍ପ୍ୟୁନିଟ କ୍ୟାଡ଼ର ପଞ୍ଚାୟତ ମହାସଂଘର କର୍ମକର୍ତ୍ତ। ' ବ୍ଲକମହା ସଂଘର କମକର୍ତ୍ତା ଓ ସୁଧ ଫେରସ୍ତ ପାଉଥିବା ଗୋଷ୍ଠୀ ସଭ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ ମଣ୍ଡିତ କରିଥିଲେ ।

Post a Comment

0 Comments