ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମଧ୍ୟରେ ଆଜି ୩ଟି ସ୍ଥାନରେ ମଧୁବାବୁ ପେନସନ ଭତା ବଣ୍ଟନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ନୂଆଗାଁ ବ୍ଲକ ସଭାଗୃହରେ ମାନ୍ୟବର ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଉପସ୍ଥିତତିରେ ନୂଆଗାଁ ବ୍ଲକ ଅନ୍ତର୍ଗତ ୦୮ ଗୋଟି ଗ୍ରାମପଞ୍ଚାୟତର ନୂଆଗାଁ ,ପରାଢିପି ,ମାଈଛେଳି ,ଜକେଡା ,କୋରଡା ,ସୋରଡା ,ସିକ୍ରୀଡା ,ଉଦୟପୁର ୫୫୬ଜଣ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନା ର ବ୍ରଧିତ ରାଶି ବଣ୍ଟନ କରାଯାଇଅଛି । ଉକ୍ତ ସଭାରେ ନୂଆଗାଁ ବ୍ଲକ ଅଧକ୍ଷ୍ୟା ଲକ୍ଷ୍ମୀପ୍ରିୟ ବେହେରା ,୧୭ ନ ଯୋନେ ଜିଲ୍ଲାପରିଷଦ ସଭ୍ୟା ପ୍ରତିମା ଦଳବେହେର ,ଏବିଡିଓ ସ୍ଵେଦେଶ ରଞ୍ଜନ ଶତ୍ପଥୀ ଓ ୮ ଗୋଟି ପଞ୍ଚାୟତର ଜନପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ । ସେହିପରି ମହୀପୁର ରାମଚଣ୍ଡୀ କଲ୍ୟାଣୀ ମଣ୍ଡପଠାରେ ନୂଆଗାଁ ବ୍ଲକ ଅନ୍ତର୍ଗତ ୦୮ ଗୋଟି ଗ୍ରାମପଞ୍ଚାୟତ ମାଳିସାହି ,ଢେକେନା ,ଚାହାଳି , ଖଣ୍ଡୁଗାଁ,ଦୂରଦୂରା ,ବଡଗୋଠ ,ମହିପୁର ,ଗଟେରୀ ୪୪୬ଜଣ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନା ର ବ୍ରଧିତ ରାଶି ବଣ୍ଟନ କରିବା କରାଯାଇଛି । ବାହାଡଝୋଲା କଲ୍ଯାଣୀ ମଣ୍ଡପ ନୂଆଗାଁ ବ୍ଲକ ଅନ୍ତର୍ଗତ ୦୮ ଗୋଟି ଗ୍ରାମପଞ୍ଚାୟତ ଶିଙ୍ଗାରପଲ୍ଲୀ , ବାହାଡଝୋଲା,ହରିପୂର , ବେରୁଆଁବାରି, କପ୍ତାପଲ୍ଲୀ ,ଗୁମି ୧୯୩ ଜଣ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନା ର ବ୍ରଧିତ ରାଶି ବଣ୍ଟନ କରିବା କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନ ପ୍ରତିନିଧି ଉପସ୍ଥିତ ଥିବାର ସୂଚନା ମିଳିଛି ।
0 Comments