ନୟାଗଡ ଜିଲ୍ଲା (ନୂଆଗାଁ ) ନୂଆଗାଁ ବ୍ଲକ୍ ସଭା ଗୃହରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ପ୍ରଧାନ ମନ୍ତ୍ରୀ ପୋଷଣ ଯୋଜନା ଓ ଆଇସିଡିଏଷ ଓ ମମତା ଯୋଜନା ଅନ୍ତର୍ଗତ ବ୍ଲକ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।
ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୨୦୨୩-୨୪ ଆର୍ଥିକ ବର୍ଷର ୦୧ ଏପ୍ରିଲ ୨୦୨୩ ରୁ ୩୦ ସେପ୍ଟେମ୍ବର ୨୦୨୩ ମଧ୍ୟରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଏବଂ ଉପରୋକ୍ତ ଯୋଜନା ଗୁଡିକ ଉପରେ ପଂଚାୟତ ସ୍ତରରେ ସାମାଜିକ ସମୀକ୍ଷା ଅନୁଷ୍ଠିତ ହୋଇଥିଲା। ସେହି ସାମାଜିକ ସମୀକ୍ଷା ର ତଥ୍ୟ ଓ ରିପୋର୍ଟ ଉପରେ ଆଜି ଏହି ବ୍ଲକ୍ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନୟାଗଡ଼ ଜିଲ୍ଲା ର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ରୋଜିନା ଦାସ ଓ ଜିଲ୍ଲା ସାମାଜିକ ସମୀକ୍ଷକ ବିଜୟ ବଳିଆର ସିଂ, ଯୋଗ ଦେଇ ଆଜିର କାର୍ଯ୍ୟକ୍ରମ ର ଉଦେଶ୍ୟ ସମ୍ପର୍କରେ କହିଥିଲେ। ନୂଆଗାଁ ବ୍ଲକ୍ ବିଡ଼ିଓ ବାସୁଦେବ ନାୟକ ସବୁ ଯୋଜନା ର ସ୍ବଚ୍ଛତା ଓ ଉତ୍ତର ଦାୟିତ୍ଵ ବିଷୟରେ ବୁଝାଇ କହିଥିଲେ। ଏପିଓ ଅମରେନ୍ଦ୍ର ସାହୁ ମନରେଗା ଯୋଜନାରେ ଚଳିତ ବର୍ଷ ର ରିପୋର୍ଟ ଉପସ୍ଥାପନା କରିଥିଲେ। ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ରେ ଆଜି ସୁଦ୍ଧା , ନୂଆଗାଁ ବ୍ଲକ୍ ରେ ୧୦୦୯୫ ପରିବାର ଙ୍କୁ କାମ ଯୋଗାଇ ଦିଆ ଯାଇଥିଲା।୩୭୪ ପରିବାର ଶହେ ଦିନ କାର୍ଯ୍ୟ ସମ୍ପୂର୍ଣ କରିଥିଲେ।ଏଥି ନିମନ୍ତେ ୪୩୫୩୬୪ ଶ୍ରମ ଦିବସ ସୃଷ୍ଟି ହୋଇ ଥିଲା ଏବଂ ୧୧ କୋଟି ୨୧ ଲକ୍ଷ୍ୟ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ଏବଂ ନୂଆ ପୁରୁଣା ମିଶି ୮୯୮ ଗୋଟି କାର୍ଯକୁ ସମ୍ପୂର୍ଣ୍ଣ କରା ଯାଇଥିଲା ବୋଲି ଏପିଓ ଶ୍ରୀ ସାହୁ ସୂଚନା ଦେଇଥିଲେ।
ବୈଠକ ରେ ଉପସ୍ଥିତ ସରପଞ୍ଚ ଓ ସମିତି ସଭ୍ୟ ମାନେ ଆଲୋଚନାରେ ଅଂଶଗ୍ରହଣ କରି ମନରେଗା କାର୍ଯ୍ୟକୁ ସଫଳ କରିବା ପାଇଁ ମତ ପ୍ରକାଶ କରିଥିଲେ। ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମରେ ବେଳେ ଯାହା ଉପରେ ଯାହା ଫାଇନ ବା ରିକାଭରୀ ରିପୋର୍ଟ ଆସିଛି ସମସ୍ତେ ଠିକ୍ ସମୟରେ ସରକାର ଙ୍କ ଠାରେ ଦାଖଲ କରି ଅଡିଟ କମ୍ପ୍ଲିଆନ୍ସ କରିଦେବା ପାଇଁ ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି ଜଙ୍ଗଲ ବିଭାଗ ସାମାଜିକ ସମୀକ୍ଷା କାର୍ଯ୍ୟରେ ଆଦୌ ସହଯୋଗ କରୁ ନଥିବା ଏବଂ ଅଡିଟ କମ୍ପ୍ଲିଆନ୍ସ କରୁ ନଥିବା ହେତୁ ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ଅସନ୍ତୋଷ ପ୍ରକାଶ କରିବା ସହ ସେମାନଙ୍କୁ ତାଗିଦ୍ କରିଥିଲେ। ଖାଦ୍ୟ ସୁରକ୍ଷା ଯୋଜନା ରେ ବିଭିନ୍ନ ପଞ୍ଚାୟତ ରେ ୫୮ ଜଣ ହିତାଧିକାରୀ ଙ୍କୁ ଅବୈଧ ଭାବେ ରାସନ ସାମଗ୍ରୀ ଦିଆ ଯାଇଥିବା ବ୍ଲକ୍ ସାମାଜିକ ସମୀକ୍ଷକ ପ୍ରକାଶ କରିଥିଲେ। ତେଣୁ ଏହି ସବୁ କେସ ଗୁଡିକ ରେ ତଦନ୍ତ କରି ୭ ଦିନ ଭିତରେ ରିପୋର୍ଟ ଦେବା ପାଇଁ ବ୍ଲକ୍ ଯୋଗାଣ ଅଧିକାରୀଙ୍କୁ ବିଡ଼ିଓ ବାସୁଦେବ ନାୟକ ନିର୍ଦ୍ଦେଶ ଦେଇଥିଲେ। ସେହିପରି ପ୍ରଧାନ ମନ୍ତ୍ରୀ ପୋଷଣ ଯୋଜନା ଏବଂ ଆଇସିଦିଏସ ମମତା ଯୋଜନା ରେ ଯେଉଁ ସବୁ ଅନିୟମିତତା ର ରିପୋର୍ଟ ପ୍ରକାଶ ପାଇଛି। ସେ ସବୁ ର ୭ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ରୋଜୀନା ଦାସ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏପିଓ ଅମରେନ୍ଦ୍ର ସାହୁ କାର୍ଯକ୍ରମ ପରିଚାଳନା କରିଥିଲେ। ବୈଠକରେ ବିଭିନ୍ନ ପଞ୍ଚାୟତର ସରପଂଚ , ସମିତି ସଭ୍ୟ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ ମାନେ, ସିଡିପିଓ , ବ୍ଲକ ଶିକ୍ଷା ଅଧିକାରୀ , ଉଦ୍ୟାନ ବିଭାଗ, ଜଙ୍ଗଲ ବିଭାଗ , ମୃତ୍ତିକା ସଂରକ୍ଷଣ ବିଭାଗ,ବ୍ଲକ୍ ସାମାଜିକ ସମୀକ୍ଷକ ଓ ସମସ୍ତ ଭିଆରପି ମାନେ ଯୋଗ ଦେଇଥିଲେ।ଏସିପି ସୁମନ୍ତ ପରିଡ଼ା, ନରେଗା ସହାୟକ ଆଶୁତୋଷ ମିଶ୍ର ଓ ସନ୍ତୋଷ ପ୍ରଧାନକାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
0 Comments