ନୟାଗଡ ଜିଲ୍ଲା( ନୂଆଗାଁ )ଚଳିତ ବର୍ଷ ଆଜିଠାରୁ ଆରମ୍ଭ ହୋଇ ଯାଇଛି ମାଟ୍ରିକ ପରୀକ୍ଷା । ସୂଚନା ମୁତବକ ଆଜି ନୂଆଗାଁ ବ୍ଲକର ୭ ଗୋଟି ଉଚ୍ଚ ବିଦ୍ୟାଳୟ ମଧ୍ୟରେ ସମୁଦାଯ ୧୧୪୯ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇ ଅଛନ୍ତି । ନୂଆଗାଁ ଉଚ୍ଚ ବିଦ୍ୟାଳୟମଧ୍ୟରେ ୨୫୪ ଛାତ୍ର ଛାତ୍ରୀଙ୍କ ନାମ ଥିବା ବେଳେ ୨୪୯ ଉପସ୍ଥିତ ୫ ଅନୁଉପସ୍ଥିତ ରହିଥିଲେ । ଜଗନ୍ନାଥ ପ୍ରସାଦ ଉଚ୍ଚ ବିଦ୍ୟାଳୟରେ ୧୨୪ ରୁ ୧୨୪ ଉପସ୍ଥିତ ରହିଥିଲେ । ମହିପୁର ଉଚ୍ଚ ବିଦ୍ୟାଳୟ ମଧ୍ୟରେ ୨୧୪ ରୁ ୨୧୧ ଉପସ୍ଥିତ ୩ ଅନୁଉପସ୍ଥିତ ରହିଥିଲେ । ଗତିକେଶ ନୋଡାଲ ଉଚ୍ଚ ବିଦ୍ୟାଳୟରେ ୧୪୩ ରୁ ୧୪୧ ଉପସ୍ଥିତ୨ ଅନୁଉପସ୍ଥିତ ରହିଥିଲେ । ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ ,ଚାହହଳିରେ ୧୭୩ ରୁ ୧୬୮ ଉପସ୍ଥିତ ୫ ଅନୁଉପସ୍ଥିତ ରହିଥିଲେ । ଗ୍ରାମପଞ୍ଚାୟ ବିଦ୍ୟାପୀଠ ବେରୁଆବାରୀ ରେ ୧୧୮ ରୁ ୧୧୮ ଉପସ୍ଥିତ ରହିଥିଲେ । ଆରକାରୀ ଉଚ୍ଚ ବିଦ୍ୟାଳୟ ବାହାଡଝୋଲାରେ ୧୪୩ ରୁ ୧୩୮ ଉପସ୍ଥିତ ୫ ଅନୁପସ୍ଥିତ ରହିଥିଲେ । ସମୁଦାୟ ୨୦ ଛାତ୍ର ଛାତ୍ରୀ ଅନୁପସ୍ଥିତ ରହିଥିଲେ ।
0 Comments