ନୂଆଗାଁ ବ୍ଲକ ପାରମ୍ପରିକ କଳା ସଂସ୍କୃତିର ପର୍ବ ପଞ୍ଚୁପାଣ୍ଡଵ ମହୋତ୍ସବ ଓ ପଲିଶ୍ରୀ ମେଳା ନୂଆଗାଁ ମହୋତ୍ସଵ ପଡିଆରେ ଅନୁଷ୍ଠିତ ହୋଇଯାଇଛି. ନୂଆଗାଁ ମୋହତ୍ସବ କମିଟି ସଭାପତି ମାନ୍ୟବର ଦଶପଲ୍ଲା ରମେଶ ଚନ୍ଦ୍ର ବେହେରାଙ୍କ ନେତୃତତେ ଅନୁଷ୍ଠିତ ହୋଇଯାଇଛି. ଆଜିର ପ୍ରଥମ ଦିବସରେ ପ୍ରାରମ୍ଭରେ ମସାଲା ଯାତ୍ରା ଅନୁଷ୍ଠିତ ହୋଇଥିଲା. ନୂଆଗାଁ ପଞ୍ଚୁପାଣ୍ଡଵ ମନ୍ଦିର ସମୁଖରୁ ପୂଜାର୍ଚନା କରାଯାଇ ମସାଲ ଯାତ୍ରା ଆରମ୍ଭ ହୋଇଥିଲା. ଏହିମସାଲ ଯାତ୍ରାରେ ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନୂଆଗାଁ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏକତ୍ରିତ ଭାବରେ ନୂଆଗାଁ ବିରୁପାଖେଶ୍ୱର ମନ୍ଦିର ନୂଆଗାଁ ଯାଇଥିଲେ. ସେଠାରୁ ମୃଦଙ୍ଗ, ଢୋଲ ଘୋଡା ନାଚ, ହାତୀ ନାଚ ଓ ସଂକୀର୍ତନ ମଣ୍ଡଳୀ ଏକତ୍ରିତ ଭାବରେ ପୂଜା ଅର୍ଚନା କରି ବିଶାଳ ଶୋଭାଯାତ୍ରା ହୋଇଥିଲା. ବହୁସଂଖ୍ୟାରେ ଜନସାଧାରଣ ଏହି ଶୋଭାଯାତ୍ରାରେ ଯୋଗଦେଇ ଥିଲେ.
ସମସ୍ତ ଗ୍ରାମ ଭ୍ରମଣ କଲାପରେ ମହୋତ୍ସବ ପଡିଆରେ ପହଂଚି ଥିଲେ. ସେଠାରେ ମହୋତ୍ସବ ପତକା ଉତୋଳନ କରାଯାଇ ଥିଲା. ତତ ପରେ ମସାଲ ସ୍ଥାପନ କରି ଆଜିର ପ୍ରଥମ ଦିବସ ଆରମ୍ଭ ହୋଇଥିଲା. ତତ ପରେ ଅପରାହ୍ନ ରେ ଆଞ୍ଚଳିକ କଳାକାର ମାନଙ୍କ ଦ୍ୱାରା ସଂକୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମଦନ ମୋହନ ପ୍ରଧାନଙ୍କ ତତ୍ୱାବଧାନ ସଂକୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା.ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ଅତି ଚମତ୍କାର ନୃତ୍ୟ ପରିବେଷଣ ହୋଇଥିଲା. ସ୍ଥାନୀୟ ଦର୍ଶକ ନୃତ୍ୟରେ ଝୁମିଥିଲେ ଦର୍ଶକ.
ପ୍ରଥମ ଦିନର ଉଦ୍ଘାଟନୀ ସଭା ରେ ମୁଖ୍ୟ ଅତିଥିଭାବରେ ମାନ୍ୟବର ବିଧାୟକ ନୟାଗଡ଼ ଡ଼. ଅରୁଣ କୁମାର ସାହୁ, ମହୋତ୍ସଵ କମିଟିର ସଭାପତି ମାନ୍ୟବର ବିଧାୟକ ଦଶାପଲ୍ଲା ରମେଶ ଚନ୍ଦ୍ର ବେହେରା, ନୂଆଗାଁ ବ୍ଲକ ଅଧକ୍ଷା ଲଷ୍ମୀପ୍ରିୟା ବେହେରା, ନୂଆଗାଁ ବ୍ଲକ ବିଡ଼ିଓ ବାସୁଦେବ ନାୟକ,୧୬ନଂ ଜିଲ୍ଲା ପରିଷଦ ସଭ୍ୟା ଜସ୍ମିନ ଦାସ, ଗଣିଆଜିଲ୍ଲା ପରିଷଦ ୧୧ଜୋନ ବସନ୍ତ କୁମାର ପ୍ରଧାନ, ସମ୍ପାଦକ ମହୋତ୍ସବ କମିଟି ଦିଲୀପ ଦଳବେହେରା. ପ୍ରମୁଖ ଉପସ୍ଥିତ ରହି ଥିଲେ. ପ୍ରଦୀପ ପ୍ରଜ୍ୱଳନ କରି ସଂନ୍ଧ୍ୟା ସଭାକୁ ଆରମ୍ଭ କରାଯାଇଥିଲା. ସନ୍ନମାନିତ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରି ସଭା ଆୟୋଜିତ ହୋଇଥିଲା.ମୁଖ୍ୟ ଅତିଥି ଡ଼. ଅରୁଣ କୁମାର ସାହୁ ଅଭିଭାଷଣରେ ପ୍ରଗତିର ମାପକାଠି ମହୋତ୍ସଵ. ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥିବା ମହୋତ୍ସଵ କୁ ସଂକ୍ଷିପ୍ତରେ ବର୍ଣ୍ଣନା କରିତଜିଲେ. ମହାର୍ଘ୍ୟ ମଞ୍ଚରେ ସଭିଙ୍କୁ ବାନ୍ଧିରକହିବା ହିଁ ମହୋତ୍ସଵ. କିଭଳି ବ୍ରିଟିଶ ଜାତିଙ୍କର ଏକତାକୁ ଭାଙ୍ଗିବା ପାଈଁ ମହୋତ୍ସଵ ହିଁ ଅମୁଖ୍ୟ. ମାନ୍ୟବର ବିଧାୟକ ଶ୍ରୀ ବେହେରା ନିଜ ଅଭିଭାଷଣ ମାଧ୍ୟମରେ ସମସ୍ତେ ୨୨ଗୋଟି ପଞ୍ଚାୟତ ସମସ୍ତ ଆବାଳ ବୃଦ୍ଧ ବନିତା ଏକତ୍ରିତ ହୋଇ ଏହି ମହୋତ୍ସବ କରିଥାନ୍ତି. ପଞ୍ଚୁପାଣ୍ଡଵ ପାହାଡ଼ ସହିତ ପଞ୍ଚୁପାଣ୍ଡବଙ୍କ କିମ୍ବଦନ୍ତୀ କୁ କହିଥିଲେ. ତତ ସହିତ ଥୁଆବାରୀ ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ଙ୍କ ଗୁଣ ଗାନ କରିଥିଲେ. ଗାଈଶ୍ୱର ଠାକୁର, ପେଟେଇଚଣ୍ଡୀ, ବାଗ୍ଦେବୀ, ରାମଚଣ୍ଡୀ ମନ୍ଦିର କିଭଳି ବ୍ଲକର ଗାରିମାକୁ ଆଗକୁ ନେଇଯାଇଛି ତାର ଗାରିମା କହି ଥିଲେ. ସମସ୍ତ ବିଭାଗର ସଦସ୍ୟ ମାନଙ୍କୁ ଧନ୍ୟବାଦ ଦେଇଥିଲେ.ସଂକୃତି, ସାହିତ୍ୟକୁ ବଂଚେଇବାର ମାଧ୍ୟମ ମହୋତ୍ସଵ.
ନୂଆଗାଁ ବ୍ଲକର ସାମ୍ବାଦିକ ମାନଙ୍କୁ ସନ୍ନମାନୀଟି କରାଯାଇଥିଲା.ଶେଷରେ ନୂଆଗାଁ ଡିଗ୍ରୀ କଲେଜ ଛାତ୍ର ଛାତ୍ରୀଙ୍କ ଦ୍ୱାରା ନୂଆଗାଁ ବନ୍ଦନା ପରିବେଶଣ କରାଯାଇଥିଲା.ଓକା ଭୁବନେଶ୍ୱର ଦ୍ୱାରା ବାଦ୍ୟସଂଗୀତ,ମାଲକାନଗିରି ସମରିକ କଳା,କଳାହାଣ୍ଡି ଘୁମୁର,ପୁରୀ ର ସିଂହାରି,ଜଟଣୀରୁ ନୃତ୍ୟଶ୍ରୀ ଆସିଥିବା କଳାକାର ମଣିପୁରୀ, କଥକ,ଲବଣି ନୃତ୍ୟ,ଅନୁଷ୍ଠିତ ହୋଇଥିଲା.ସାଂକୃତିକ କାର୍ଯ୍ୟକ୍ରମ ର ଅନ୍ତିମ ସମୟରେ ମାନ୍ୟବର ସାଂସଦ କନ୍ଧମାଳ ଅଚୁତ ସାମନ୍ତ ପହଂଚି ମହୋତ୍ସବ ର ଶୋଭାକୁ ବଢ଼ାଇ ଥିଲେ.
0 Comments