ନୂଆଗାଁ ହାଇସ୍କୁଲ ପଡ଼ିଆରେ ଆଞ୍ଚଳିକ ସାମ୍ବାଦିକ ସଂଘ ତରଫରୁ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଆଜିର ଖେଳରେ ମାଳିସର ସହିତ ବାହାଡ଼ଝୋଲା ଦଳ ମଧ୍ୟରେ ହୋଇଥିଲା। ପ୍ରଥମେ ମାଳିସର ଦଳ ନିର୍ଦ୍ଧାରିତ ୧୦ ଓଭରରେ ୬ ୱିକେଟ ହରାଇ ୭୩ ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ବାହାଡ଼ଝୋଲା ଦଳ ୬ ଓଭର ରେ ୨ ୱିକେଟ ହରାଇ ୭୬ ରନ କରି ଜିତି ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ସମ୍ମାନିତ ଅତିଥି ଭାବେ ବିଜେଡି ଜିଲ୍ଲା ଉପ ସଭାପତି ଦିଲ୍ଲୀପ କୁମାର ଦଳବେହେରା, ସମାଜସେବୀ ପ୍ରମୋଦ ପ୍ରଧାନ, ବ୍ଲକ ଯୁବ ବିଜେଡି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି, ଓଡିଆ ଅଧ୍ୟାପକ ଚିନ୍ମୟ କୁମାର ପ୍ରଧାନ , ସୁଧିରଞ୍ଜନ ପରିଡ଼ା , ବ୍ଲକ ଛାତ୍ର ବିଜେଡି ସଭାପତି ସୁବ୍ରତ ପରିଡା ପ୍ରମୁଖ ଯୋଗଦେଇ ଥିଲେ। ଆଜିର ଖେଳକୁ ପପୁ ପ୍ରଧାନ ଓ ଅଶୋକ ନାୟକ ଖେଳକୁ ପରିଚାଳନା କରୁଥିବା ବେଳେ ଆଞ୍ଚଳିକ ସାମ୍ବାଦିକ ସଂଘ ର ସଭାପତି ଶିବଦତ୍ତ ପାତ୍ର, ସମ୍ପାଦକ ହୃଦୟାନନ୍ଦ ସାସମଲ , ଦିଲ୍ଲୀପ କୁମାର ଜାନୀ, ସୁଶାନ୍ତ କୁମାର ପଢ଼ିଆରୀ, ମାନସ ରଞ୍ଜନ ତ୍ରୀପାଠୀ, ସୁକେନ୍ଦୁ କୁମାର ଦାସ ପ୍ରମୁଖ ସହଯୋଗ କରିଥିଲେ।
0 Comments