ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କୋରଡା ଗ୍ରାମରେ ଆଞ୍ଚଳିକ କମିଟି କୋରଡା ଆନୁକୁଲ୍ଯରେ ଶ୍ରୀ ଶ୍ରୀ ଦଧିବାମନ ଜୀଉ ମନ୍ଦିର ପ୍ରାଙ୍ଗଣରେ ପାଞ୍ଚଦିନ ଧରି ବିଶ୍ଵଶାନ୍ତି ମହାଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା । ବହୁ ଆବାହାନ କାଳରୁ ବିଶ୍ବାଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଥିବାର ଗ୍ରାମର ପୁରୁଖା ଗ୍ରାମବାସୀ ସୂଚନା ଦିଅନ୍ତି । ଆଖ ପାଖ ଗ୍ରାମର ଆବାଳ ବୃଦ୍ଧ ବନିତା ବିଶ୍ବାଶାନ୍ତି ମହାଯଜ୍ଞ ରେ ଯୋଗଦେଇ ଥାନ୍ତି । କଳିପ୍ରଭାଗ ଗ୍ରସ୍ତ ଜନ ମାନସରୁ ପାପ ,ତାପ ଦୂରୀକରଣ ତଥା ଆଧ୍ୟାତ୍ମିକ ଚେତନାକୁ ଜାଗ୍ରତ କରିବା ପାଇଁ ଘୃତଯଜ୍ଞ ,ନାମ ଯଜ୍ଞ ,କୀର୍ତନ ,ସନ୍ଧ୍ଯା ପ୍ରବଚନ ଓ ସର୍ବୋପରି ଅନ୍ନଛତ୍ର ବ୍ୟବସ୍ଥା କରାଯାଇଥିଲା ।
ପାଞ୍ଚଦିନ ଧରି ମନ୍ଦିର ପ୍ରାଙ୍ଗଣରେ ମହାଯଜ୍ଞ ବିଭନ୍ନ ଗ୍ରାମର ଶ୍ରଦ୍ଧାଳୁ ,ଭକ୍ତ ମାନଙ୍କର ସମାଗମ ହୋଇଥିଲା । ଆଜି ଅନ୍ତିମ ଦିବସରେ କୋରଡା ଗ୍ରାମ ନାମ ସଙ୍କୀର୍ତନ ,ହରିବୋଲ, ହୁଳହୁଳିରେ ଯଜ୍ଞ ପରିସର ଭକ୍ତିମୟ ହୋଇଥିଲା ।ପୂର୍ଣାହୁତି ଦର୍ଶନ କରିବା ନିମନ୍ତେ ସମସ୍ତ ଭକ୍ତ ମାନେ ଉପସ୍ଥିତ ହୋଇଥିଲେ ।ପଣ୍ଡିତ ମାନଙ୍କର ମନ୍ତ୍ର ରେ ଯଜ୍ଞ ପରିସର ମନ୍ତ୍ର ମୟ ହୋଇ ଉଠିଲା ।
0 Comments