ନୟାଗଡ଼ ଜିଲ୍ଲା (ନୂଆଗାଁ)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମାରେ ଥିବା ମହୋତ୍ସବ ପଡ଼ିଆ ରେ ଆଜି ଠାରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ପଞ୍ଚୁପାଣ୍ଡବ ମହୋତ୍ସବ ଅନୁ ଷ୍ଠିତ ହେବ ।ପଞ୍ଚୁପାଣ୍ଡବ ମହୋତ୍ସବ କୁ ସଫଳତାର ସହ କିପରି ଆୟୋଜନ କରାଯିବ ସେଥିପାଇଁ ଦଶପଲ୍ଲା ବିଧାୟକ ତଥା ମହୋତ୍ସବ କମିଟି ର ସଭାପତି ରମେଶ ଚନ୍ଦ୍ର ବେହେରା ମହୋତ୍ସବ ର ବିଭିନ୍ନ କାର୍ଯ୍ୟକ୍ରମ ର ସମୀକ୍ଷା କରିଛନ୍ତି।ବିଧାୟକ ଙ୍କ ସମୀକ୍ଷା ସମୟରେ ମହୋତ୍ସବ କମିଟିର ସଦସ୍ୟ ଉପସ୍ଥିତ ଥିଲେ।ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁ ନୂଆଗାଁ ବ୍ଲକ୍ ମହୋତ୍ସବ ପଡ଼ିଆ ରେ ଏଭଳି ଏକ ଉନ୍ନତ ମାନର ମହୋତ୍ସବ ହେଉଥିବାରୁ ଜନସାଧାରଣ ପ୍ରଶଂସା କରୁଛନ୍ତି ।ମହୋତ୍ସବ କୁ ସରସ ସୁନ୍ଦର କରିବା ପାଇଁ ପ୍ରଚାର ପ୍ରସାର ନିତ୍ୟାନ୍ତ ଜରୁରୀ ବୋଲି ବିଧାୟକ ମନ୍ତବ୍ୟ ରଖି ନୂଆଗାଁ ବ୍ଲକ ର ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଦାଇତ୍ୱ ଦେଇଛନ୍ତି।
ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ ବ୍ୟବସ୍ଥା କଡାକଡି ଭାବରେ କରାଯିବ ବୋଲି ଶୁଣିବାକୁ ମିଳୁଛି। ମହୋତ୍ସବ ର ପ୍ରତ୍ୟେକଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ହାସ୍ୟ ଅଭିନେତା, ସିନେତାରକା ,ଆକର୍ଷଣୀୟ ଡାନ୍ସ ଗ୍ରୁପ ର କାର୍ଯ୍ୟ କ୍ରମ ରହିଥିଲା ବେଳେ,ବିଭିନ୍ନ ଖାଦ୍ୟ ପଦାର୍ଥ ର ଷ୍ଟଲ ଏବଂ ପିଲାମାନଙ୍କ ପାଇଁ ରାମ ଦୋଳି ଠାରୁ ଆରମ୍ଭକରି ବିଭିନ୍ନ ପ୍ରକାର ଦୋଳି ର ବ୍ୟବସ୍ଥା କରାଯାଇ ଥିବା ଆଲୋଚିତ ହେଉଅଛି। ପ୍ରତେକ୍ ଦିନ ଗ୍ରାମାଞ୍ଚଳର ଲୋକମାନଙ୍କ କଳା ପ୍ରଦର୍ଶନ ପାଇଁ ମଂଚର ବ୍ୟବସ୍ଥା କରାଯାଇଛି। ମହୋତ୍ସବକୁ ସରସ ସୁନ୍ଦର କରିବା ପାଇଁ ଜନସାଧାରଣ ମାନଙ୍କ ଉପସ୍ଥିତ ଓ ଶାନ୍ତି ଶୃଙ୍ଖଳା ନିତ୍ୟାନ୍ତ ଆବଶ୍ୟକ ବୋଲି ମହୋତ୍ସବ କମିଟିର ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା କହିଛନ୍ତି।
ଆପଣଙ୍କ ଅପେକ୍ଷାରେ ନୂଆଗାଁ ମହୋତ୍ସଵ କମିଟି, ନୂଆଗାଁ
0 Comments