ବ୍ଲକ ସଭା ଗୃହରେ ମିଶନ ଶକ୍ତି ଓଡିଆ କବି ସମ୍ମିଳନୀ

 


ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଭା  ଗୃହରେ  ମିଶନ ଶକ୍ତି  ବିଭାଗ ଅନୁକୂଳୟରେ  ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟାଙ୍କୁ ନେଇ ' ମିଶନ ଶକ୍ତି କବି ସମ୍ମିଳନୀ, ଅନୁଷ୍ଠିତ ହୋଇ ଯାଇଛି । ଓଡ଼ିଆ କଳା ଓ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ୨୩ ଜଣ  ସ୍ୱୟଂ ସହାୟକ ଗୋଷ୍ଠୀ ର  ସଭ୍ୟାଙ୍କୁ ନେଇ କବିତା ପ୍ରତିଯୋଗିତ। ହୋଇଥିଲା।  ଏହି ପ୍ରତିଯୋଗିତ। ରେ କୁନ୍ତଳା ମୁଦୁଲି ,ସୋରଡ଼ା ପ୍ରଥମ ସ୍ଥାନ ଅଧିକାର କରିବା ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ  ବିଜୟଲକ୍ଷ୍ମୀ  ସାହୁ, ବାଲଣ୍ଡା ,ତୃତୀୟସ୍ଥାନ ଅଧିକାର କରିଥିଲେ ଲିଲି ନାଏକ , ଜାକେଡ଼ା । ସମସ୍ତ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ  ଓ  ଉତ୍ତରୀୟ ଦେଇ  ପୁରଷ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟ ବେହେରା  , ଗୋଷ୍ଠୀ ଉନ୍ନୟନ ଅଧିକାରୀ  ବାସୁଦେବ ନାୟକ  ,ଓଡ଼ିଆ ଅଧ୍ୟାପକ ବିଜୟ କୁମାର ସାହୁ , ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶୁଭ୍ରକେଶି ମାଲିକ ,  .ନୂଆଗାଁ କଲେଜ ଗୋଷ୍ଠୀ ପ୍ରକଳ୍ପ ସଂଯୋଜକ ଓ ଆକାଉଣ୍ଟାଟ ମିଶନ ଶକ୍ତି  , ସମସ୍ତ ଓଡ଼ିଶା ଜିବିକା ମିଶନ ର  କର୍ମକର୍ତ୍ତ। ଉପସ୍ଥିତ ଥିଲେ ।
ଭାଷା ଅତୀତର ଅସ୍ତିତ୍ଵ ,ଭାଷା ହିଁ ଭବିଷ୍ୟତ 

Post a Comment

0 Comments