
ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସୋରଡା ପଂଚାୟତର ମୀନକେତନ ସ୍ମାରକୀ ସଂସ୍କୃତ ଡିଗ୍ରୀ କଲେଜ ମଧ୍ୟରେ ସଂସ୍କୃତ ପ୍ରଶିକ୍ଷଣ ଶିବିର ଆଜି ଶେଷ ହୋଇଯାଇଛି । ଅନୁଷ୍ଠାନିକ ଭାବରେ ମହାବିଦ୍ୟାଳୟର ପ୍ରତିଷ୍ଠାତ ଲକ୍ଷ୍ମୀନାରାୟଣ ପଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ମହାବିଦ୍ୟାଳୟର ସଭା ଗୃହ ମଧ୍ୟରେ ଅନୁଷ୍ଠାନିକ ଭାବରେ ପ୍ରଦୀପ ପ୍ରଜୋଲନ କରି ସଭା ଆରମ୍ଭ ହୋଇଥିଲା । ଛାତ୍ର ଛାତ୍ରୀଙ୍କ ଦ୍ଵାରା ଶ୍ଳୋକ ଆବୃତି ସହିତ ଅତିଥି ମାନଙ୍କୁ ସ୍ଵଗତ କରଯାଇଥିଲା । ମହାବିଦ୍ୟାଳୟର ଅଧକ୍ଷ ତଥା ଶିବିରର ପରିଚାଳକ ମୁଖ୍ୟ ସଭାପତିତ୍ଵ କରିଥିଲେ । ଉକ୍ତ ଶିବିରରେ ଅଧ୍ୟାପକ ଚିନ୍ମୟ କୁମାର ପ୍ରଧାନ ,ଓଡିଆ ବିଭାଗ ,ଅର୍ଚନା ଦାସ ,ସଂସ୍କୃତ ବ୍ଯାକରଣ ବିଭାଗ ଓ ଦିଲୀପ ପ୍ରଧାନ ,ଜିତେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଅଧ୍ୟାପକ ଶ୍ରୀ ପ୍ରଧାନ ନିଜ ଅଭିଭାଷଣ ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କୁ ସଂସ୍କୃତ ଶିକ୍ଷାର ର ଆବଶ୍ୟକତା ଓ ଶୃଙ୍ଖଳତା ସମ୍ବନ୍ଧେ ଉପସ୍ଥାପନ କରିଥିଲେ । ଯଦି ଆମେ ନିଜେ ନିଜକୁ ଭଲ ପାଇବା ତା ହେଲେ ଜୀବନରେ ନିଶ୍ଚୟ ସଫଳତା ଅର୍ଜନ କରିବା । ଛାତ୍ର ଛାତ୍ରୀ ମାନେ ଶିବିରର ଆବଶ୍ୟକତା ଓ ଅନୁଭୂତି କୁବାକ୍ଷା କରିଥିଲେ । ଶେଷରେ ପ୍ରଶିକ୍ଷକ ପଦ୍ମଚରଣ ସାହୁ ସଂସ୍କୃତ ଭାଷାର ଆବଶ୍ୟକତା କୁ ଅତି ସୁନ୍ଦର ଭାଷାରେ ବୁଝାଇଥିଲେ । ଶେଷରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ନାଟକ ଓ ନୃତ୍ୟ କରଯାଇଥିଲା ।ଶେଷରେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରଯାଇଥିଲା ।
0 Comments