ଦଶପଲ୍ଲା ଆଦିବାସୀ ମଂଗଳ ବିଭାଗ ଦ୍ବାରା ପରିଚାଳିତ , ନୟାଗଡ଼ ଜିଲ୍ଲା ର ସର୍ବ ବୃହତ୍ ବୁଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ( ବୁଗୁଡା କନ୍ୟାଶ୍ରମ ) ଆଜି ମହାସମାରୋହରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷୟିତ୍ରୀ ନମିତା ସ୍ବାଇଁ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ , ଜିଲ୍ଲା ମଂଗଳ ଅଧିକାରୀ ଶ୍ରୀ ଦୟାନିଧି ନାୟକ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରୀ ମାନକଂ ସାମଗ୍ରୀକ ବିକାଶ ଉପରେ ଗୁରୁତ୍ବାରୋପ କରିଥିଲେ ।ଅତିରିକ୍ତ ଜିଲ୍ଲା ମଂଗଳ ଅଧିକାରୀ ଚିତ୍ତରଂଜନ ବେହେରା , ମା ହେଲେ ପାଠୋଇ, ଦେଶ ଯିବ ଆଗେଇ , ନାରାକୁ ସଫଳ କରିବାକୁ ହେଲେ,ଛାତ୍ରୀମାନେ ଉପଯୁକ୍ତ ଶିକ୍ଷା ଲାଭ କରି ସମାଜର ବିଭିନ୍ନ କ୍ଷେତ୍ରରେ ନିଜର କୃତିତ୍ୱ ପ୍ରତିପାଦନ କରିବାକୁ ଶ୍ରୀ ବେହେରା ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏସ୍ ଏମ୍ ଏସି ଅଧ୍ୟକ୍ଷା ବିଶ୍ବକାନ୍ତି ରାୟଗୁରୁ ବିଦ୍ୟାଳୟ ର ଓ ଛାତ୍ରୀ ମାନକଂର ମଂଗଳ କାମନା କରିଥିଲେ । ଶେଷରେ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ ମାନକୁଂ ମୁଖ୍ୟ ଅତିଥି ପୁରସ୍କାର ବିତରଣ କରିଥିଲେ ।
0 Comments