ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସୋରଡ଼ା ପଞ୍ଚାୟତ ଜଗନ୍ନାଥପ୍ରସାଦ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ଆକାଂକ୍ଷୀ ପାଠ୍ୟକ୍ରମ ପଦର୍ଶନୀ ଓ ବିଦ୍ୟାଳୟ ସ୍ତରୀୟ ଭାଷା ସାହିତ୍ୟସୃଜନୀଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁକଦେବ ପ୍ରଧାନଙ୍କ ନେତୃତୋରେ ଆଜିର ଏହି କାର୍ଯ୍ୟକ୍ରମ ସୁନ୍ଦର ଭ୍ବାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟକୁ ଆଜି ସୁନ୍ଦର ଭ୍ବାରେ ସାଜସଜା କରଯାଇଥିଲା । ଛାତ୍ର ଛାତ୍ରୀଙ୍କର ଶିକ୍ଷା ପ୍ରତି ଆକର୍ଷଣ କରିବା ନିମିତ ବିଭିନ୍ନ କାର୍ଯ୍ୟକ୍ରମ ବିଦ୍ୟାଳୟ ସ୍ତରରେ କରାଯାଉଅଛି । ଛାତ୍ର ଛାତ୍ରଙ୍କର ଶାରୀରିକ ମାନସିକ ଶିକ୍ଷାର ବୃଦ୍ଧି ନିମିତ ଆକାଂକ୍ଷୀ ପାଠ୍ୟକ୍ରମ ପଦର୍ଶନୀ ଓ ବିଦ୍ୟାଳୟ ସ୍ତରୀୟ ଭାଷା ସାହିତ୍ଯ ସୃଜନୀଉତ୍ସବ ଅନୁଷ୍ଠିତ ହୋଇ ଅଛି । ଆଜିର କାର୍ଯ୍ୟ କର୍ମରେ ସୋରଡା ସରପଞ୍ଚ ଫକିର ମୋହନ ସାହୁ , ଆଲୁମିନି ପ୍ରେସିଡେନ୍ଟ ମାଧବ ପ୍ରଧାନ ,ପୂର୍ବତନ ପ୍ରଧାନ ଶିକ୍ଷକ ଅଭିମନ୍ୟୁ ପ୍ରଧାନ ,ଅବସର ପ୍ରାପ୍ତ ଶିକ୍ଷକ ଦେବରାଜ ଦଳେଇ ,ରାଜେନ୍ଦ୍ର ପ୍ରଧାନ ମଦନ ମୋହନ ଦାସ ,ଦିଲୀପ ଦଳବେହେରା ,ଆଲୁମିନି ସଭ୍ଯ ଦିଲୀପ ପ୍ରଧାନ ,ପଦ୍ମଚରଣ ସାହୁ ,ସିଆର ଶିଶି ପ୍ରଶନ ବେହେରା ଉଆପସ୍ଥିତ ରହିଥିଲେ ।

ବିଦ୍ୟାଳୟ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମକୁ ଉଦ୍ଘାଟନ ,ପୁସ୍ତକ ପଦର୍ଶନୀ ,ଜିଜ୍ଞାସା ପଦର୍ଶନୀ ,କୌଶଳି ପଦର୍ଶନ,କ୍ରୀଡାଙ୍ଗନା ତତ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାବା ଶେଷରେ ପୁରସ୍କାର ବିତରଣୀୟ ସଭା ଆୟୋଜନ କରାଯାଇ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ଦିଆ ଯାଇଥିଲା । ସାବା ଶେଷରେ ପ୍ରଧାନ ଶିକ୍ଷା ଧନ୍ୟବାଦ ଦେଇ ସଭାସଙ୍ଗ କରଯାଇଥିଲା ।
0 Comments