ନୂଆଗାଁ ବ୍ଲକ ରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସଵ ଅନୁଷ୍ଠିତ



ନୟାଗଡ଼ ଜିଲ୍ଲା ନୂଆଗାଁ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହୋଇଯାଇଛି ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ. ଆଜି ଅନୁଷ୍ଠାନିକ ଭାବରେ ବ୍ଲକ ପ୍ରଶାନ ଦ୍ୱାରା ଅନୁଷ୍ଠିତ ହୋଇଥିଲା.ବହୁସଂଖ୍ୟାରେ ଜନ ସମାଗମ ହୋଇଥିଲା. ବ୍ଲକ ଅଧକ୍ଷା ଲଷ୍ମୀପ୍ରିୟା  ବେହେରା ପ୍ରଦୀପ ପ୍ରଜ୍ୱଳନ କରି ଆଜିର ଉତ୍ସବକୁ ଉଦ୍ଘାଟନ କରିଥିଲେ. ନୂଆଗାଁ ଗ୍ରାମର ନାମ ଦଳ ଦ୍ୱାରା ନାମ ସଂକୀର୍ତନ କରାଯାଇଥିଲା.  ଭୁବନେଶ୍ୱର ଆସିଥିବା ମହାବାହୁ ଭଜନ ସଂଧ୍ୟା ଦ୍ୱାରା ଭଜନ ଆରସ ଆରମ୍ଭ ହୋଇଥିଲା. ସୁନାମ ଧନ୍ୟ ଗାୟିକା ଅଞ୍ଜଳି ମିଶ୍ର, ଅଭିଷେକ ମିଶ୍ର ଓ ସାଥି କଳାକାର କାର ମାନଙ୍କ ଦ୍ୱାରା ସୁନ୍ଦର ଭାବରେ ଭଜନ ଗାଈଥିଲେ. ସଂଗୀତର ତାଳେ ତାଳେ ସମସ୍ତ ଜନ ସାଧରଣ ଝୁମି ଥିଲେ, ନାଚିଥିଲେ. ହରିବୋଲ ହୁଳହୁଳିରେ କାର୍ଯ୍ୟକ୍ରମ ସ୍ଥଳୀ ଜଗନ୍ନାଥ ମୟ ହୋଇଯାଇଥିଲା.ନିର୍ଦ୍ଧାରିତ ସମୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୁରୀ ଶ୍ରୀମନ୍ଦିର ଠାରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ ଓ ପୁରୀ ଗଜପତି ରାଜାଙ୍କ ଦ୍ୱାରା ଲୋକାର୍ପିତର ସିଧା ପ୍ରସାରଣ ଏଲସିଡ଼ି ମାଧ୍ୟମରେ ସମସ୍ତ ଜନ ସାଧରଣ ଦେଖି ହରିବୋଲ ହୁଳହୁଳିରେ ସର୍ବ ମୟ ଜଗନ୍ନାଥ ମୟ ହୋଇପଡ଼ିଥିଲା.


ଦଣ୍ଡାୟମାନ ମାନ ହୋଇ ଆବାଳ ବୃଦ୍ଧବନିତା ଏକ ସ୍ୱରରେ  ଜୟ ଜଗନ୍ନାଥ କହିଥିଲେ. ତତ ପାରେ ପୁରୀରୁ ଆସିଥିବା ଶୁଖିଲା ଭୋଗ ସମସ୍ତ ଉପସ୍ଥିତ ଜନସାଧାରଙ୍କୁ ବଣ୍ଟନ କରାଯାଇଥିଲା.ଆଜିର କାର୍ଯ୍ୟକ୍ରମ କୁ ନୂଆଗାଁ ବ୍ଲକ ପ୍ରଶାସନ ବହୁତ ସୁନ୍ଦର ଭାବରେ ପରିଚାଳନା କରିଥିଲା. ବିଡ଼ିଓ ବାସୁଦେବ ନାୟକ କାର୍ଯ୍ୟକ୍ରମ କିଭଳି ଶୃଙ୍ଖଳିତ ଭାବରେ ଅନୁଷ୍ଠିତ କରିବା ପାଈଁ ଚେଷ୍ଟା କରିଥିଲେ. ଉକ୍ତ କାର୍ଯ୍ୟକ୍ରମ ସମାଜ ସେବି ଶଙ୍କର୍ଷଣ ବେହେରା, ନୂଆଗାଁ ପଂଚାୟତ ସମିତିର ସମସ୍ତ ପଞ୍ଚାୟତର ଜନପ୍ରତିନିଧି, ମିଶନ ଶକ୍ତିର ସମସ୍ତ କର୍ମୀ, ବ୍ଲକର ସମସ୍ତ କର୍ମଚାରୀ ଉତ୍ସବରେ ଯୋଗଦେଇଥିଲେ.

Post a Comment

0 Comments