ଦଶପଲ୍ଲା ବ୍ଳକ ଠାରେ ସୋମବାର ଦିନ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ ଉପସ୍ଥିତ ରହି ଲୋକଙ୍କ ଆପତ୍ତି-ଅଭିଯୋଗର ଶୁଣାଣି କରିଥିଲେ। ସମୁଦାୟ ୨୦୨ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୧୫୫ଟି , ଗ୍ରାମ୍ୟ ବିବାଦ ୨୦ଟି, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ୨୭ଟି ଥିଲା। ସେଥିମଧ୍ୟରୁ ୩୫ଟି ମାମଲାର ତୁରନ୍ତ ଫଏସଲା କରାଯାଇଥିବା ବେଳେ ଅନ୍ୟ ଗୁଡିକୁ ବିଭିନ୍ନ ବିଭାଗକୁ ପଠାଇ ଦିଆଯାଇଛି। ଇତ୍ଯବସରରେ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।
0 Comments