ନୟାଗଡ଼ ଜିଲ୍ଲା ସ୍ତରୀୟ ରେଡକ୍ରସ ପ୍ରଶିକ୍ଷଣ ଶିବିର ଆଜି ଶ୍ରୀ ଶ୍ରୀ ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟ ମଧ୍ୟରେ ଉଦଯାପିତ ହୋଇଯାଇଛି. ନୟାଗଡ ଜିଲ୍ଲାର ବିଭିନ୍ନ କଲେଜର ଛାତ୍ର ଛାତ୍ରୀ ମାନେ ବହୁ ସଂଖ୍ୟାରେ ଯୋଗ ଦେଇ ଅଛନ୍ତି.୩ଦିନ ଧରି ଏହି ପ୍ରଶିକ୍ଷଣ ଶିବର ଅନୁଷ୍ଠିତ ହୋଇଥିଲା . ନୟାଗଡ ଜିଲ୍ଲା ରୁ ଭିଭିନ୍ନ କଲେଜ ରୁ ବହୁ ସଂକ୍ଷାରେ ଛାତ୍ର ଛାତ୍ରୀ ଯୋଗଦେଇଥିଲେ.୩ଦିନ ଧରି ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା. ଆଜି ମାନ୍ୟବର ବିଧ୍ୟାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବରେ ଜିଗଦେଇ ଥିଲେ. ପ୍ରଦୀପ ପ୍ରଜ୍ୱଳନ କରି ଆଜିର ଅନ୍ତିମ ଦିବସ ଆରମ୍ଭ ହୋଇଥଲା.
ମହାବିଦ୍ୟାଳୟ ର ଅଧକ୍ଷ ଲଷ୍ମୀକାନ୍ତ ପଣ୍ଡା ମହୋଦୟ ସଭାର ସଭାପତି ଭାବରେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ. ନୟାଗଡ ରେଡ଼କ୍ରସ ସୋସାଇଟର ମୁଖ୍ୟ ଆଦିତ୍ୟ ନାରାୟଣ ମିଶ୍ର ୩ଦିନ ଧରି ଚାଲିଥିବା ପ୍ରଶିକ୍ଷଣ ଶିବିରର କାର୍ଯ୍ୟକ୍ରମ ସୂଚୀ ସହିତ କିଭଳି ପ୍ରଶିକ୍ଷଣ ଦିଆଯାଇଥିଲା ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବାଖ୍ୟା କରିଥିଲେ. ତତ ପରେ ମାନ୍ୟବର ବିଧାୟକ ରେଡ଼କ୍ରସ ର ଆଭିମୁଖ୍ୟ ଓ ଦାଇତ୍ୱ କଣ ସେବିଷୟରେ କହିଥିଲେ. ସ୍ବେଛାସେବୀର କାର୍ଯ୍ୟ ଦକ୍ଷତା କିଭଳି ହେବା ଦରକାର, ସେବାର ଆବଶ୍ୟକତା କଣ ହେବା ଦରକାର,ସ୍ବେଛାସେବୀ ମାନଙ୍କର ଭୂମିକା, ସମାଜର ଉର୍ନତିରେ ସେବା ଦ୍ୱାରା ହିଁ ହୋଇପାରିବ.ସ୍ବେଛାସେବୀର ରୁଚି କଣ ସେ ବିଷୟରେ ଛାତ୍ର ଛାତ୍ରୀଙ୍କୁ ବୁଝାଇଥିଲେ.ମାନବ ବାଦ ହିଁ ସେବାର ମୁଖ୍ୟ ଗୁରୁତ୍ୱ ଉଦେଶ୍ୟ. ଶେଷରେ ସମସ୍ତ ସ୍ବେଛା ସେବିଙ୍କୁ ଧନ୍ୟବାଦ ଦେଇଥିଲେ.ଉକ୍ତ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ, ସମସ୍ତ କୌଣସିଲର କାର୍ଯ୍ୟକ୍ରମ ସଫଳ କରିବାରେ ସାହାଯ୍ୟ କରିଥିବେ. ଶେଷରେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ଦିଆଯାଇଥିଲା.
0 Comments