ନୂଆଗାଁ ବ୍ଲକ ମଧ୍ୟରେ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ


 ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ହାଇସ୍କୁଲ ପଡିଆରେ ୭୫ସାଧାରଣତନ୍ତ୍ର ଦିବସ ଅନୁଠନିକ ଭାବରେ ଅନୁଷ୍ଠିତ ହୋଇଯାଇଛି. ବ୍ଲକ ପ୍ରଶାସନ ଦ୍ୱାରା ବହୁ ଆଡମ୍ବର ସହିତ ପାଳନ ହୋଇଥିଲା. ସଦର ମହକୁମାରେ ଥିବା ସମସ୍ତ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଯୋଗଦେଇଥିଲେ. ନିର୍ଦ୍ଧାରିତ ସମୟରେ ନୂଆଗାଁ ବ୍ଲକ ଅଧକ୍ଷା ଲଷ୍ମୀପ୍ରିୟା ବେହେରା ପତାକା ଉତ୍ତାଳନ କରିଥିଲେ. ତତ ପାରେ ପ୍ୟାରେଡ ପ୍ରତିଯୋଗୀତା ଅନୁଷ୍ଠିତ ଅନୁଷ୍ଠିତ ହୋଇଥିଲା. ପୋଲିସ ବିଭାଗ, ଅଗ୍ନିଶମ ବିଭାଗର ମୁଖ୍ୟ ମାନେ ପ୍ୟାରେଡ ପ୍ରତିଯୋଗିତାରେ ଜଜ ଭାବରେ ରହି ସଫଳ ଦଳଙ୍କୁ ଚୟନ କରିଥିଲେ. ତତ ପାରେ ବ୍ଲକ ସ୍ତରୀୟ ବିଭିନ୍ନ ପେତିଯୋଗିତାରେ ଉତୀର୍ଣ୍ଣ ହୋଇଥିଲା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଦିଆଯାଇଥିଲା. ଶେଷରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଦେଶାତ୍ମକ ନୃତ୍ୟ ପ୍ରତି ଯୋଗିତା ଅନୁଷ୍ଠିତ ହୋଇଥିଲା. ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟର ନୃତ୍ୟ ସୁନ୍ଦର ଭାବରେ ପରିବେଶଣ କରିଥିଲେ. ଯାହାକି ସଭିଙ୍କ ମନ ମହିଥିଲା. ଆଜିର ଏହି କାର୍ଯ୍ୟକ୍ରମ ରେ ନୂଆଗାଁ ବ୍ଲକ ବିଡ଼ିଓ ବାସୁଦେବ ନାୟକ, ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ, ବ୍ଲକର ସମସ୍ତ କର୍ମଚାରୀ ଯୋଗଦେଇଥିଲେ.


Post a Comment

0 Comments