ସର୍ବ ଭାରତୀୟ ଦଶପଲ୍ଲା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସ , ବିହାର କାମାକ୍ଷା କ୍ଲବ୍ ବିଜୟୀ




ଦଶପଲ୍ଲା : ଦଶପଲ୍ଲାର ଅଗ୍ରଣୀ କ୍ରୀଡା ଅନୁଷ୍ଠାନ , ସ୍ପୋର୍ଟିଭ ସ୍ପୋର୍ଟ୍ସ ସୋସାଇଟି ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ମୈଦାନରେ ସର୍ବଭାରତୀୟ ଦଶପଲ୍ଲା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ତୃତୀୟ ଦିନ ଲିଗ ପ୍ରତିଯୋଗିତାରେ ଆଜି ମା କାମାକ୍ଷା ସ୍ପୋର୍ଟ୍ସ କ୍ଲବ, ବିହାର ଗୋଟିଏ  ଗୋଲ ଦେଇଥିଲା। ଖେଳ ଶେଷସୁଦ୍ଧା ପତକା କ୍ଲବ, ଅନୁଗୁଳ କୈଣଷି ଗୋଲ ପରିଶୋଧ କରିପାରି ନଥିଲେ । ଫଳରେ ୧/0 ଗୋଲ ରେ ବିହାର ଦଳ ବିଜୟ ଲାଭ କରିଥିଲା । ଆଜିର ଖେଳକୁ ରେଫରୀ ପ୍ରସନ୍ନ କୁମାର ନାୟକ ,  ଲାଇନ୍ସ ରେ ପ୍ରତାପ ମୁଦୁଲି ଓ  ରବିନ୍ଦ୍ରନାଥ ନାୟକ ପରିଚାଳନା କରିଥିଲେ । ଆଜିର ଅତିଥି ଭାବେ ଦଶପଲ୍ଲା ବ୍ଲକ ର ଆକାଉଣ୍ଟ ଅଫିସର ଶ୍ରୀଯୁକ୍ତ ମନୋଜ କୁମାର ବେଉରା ମହୋଦୟ ଉପସ୍ଥିତ ଥିଲେ।

Post a Comment

0 Comments