ନୂଆଗାଁ ବ୍ଲକ ନୂଆଗାଁ ସଦର ମହକୁମାରେ ଥିବା ନୂଆଗାଁ ଉଚ୍ଚ ମଧ୍ୟମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟଳୟ ଆଜି ଦୁଇ ଶିକ୍ଷ ଆଜି ଅବସର ନେଇ ଛନ୍ତି. ଅନୁଷ୍ଠାନିକ ଭାବରେ ବିଦ୍ୟାଳୟ ପରିସରରେ ସଭା ଆୟୋଜନ କରାଯାଇଥିଲା. ନୂଆଗାଁ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ଆୟୋଜିତ ସଭାରେ ସ୍କୁଲ ପ୍ରଧାନ ଶିକ୍ଷକ କୁଳମଣି ନାୟକ,ନୂଆଗାଁ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ,ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରଫୁଲ ମିଶ୍ର, ଅବସର ପ୍ରାପ୍ତ ଶିକ୍ଷୟକ ପ୍ରଫୁଲ କୁମାର ବାରିକି,ଅବସର ପ୍ରପାତ ଶିକ୍ଷକ ପତିତପାବନ ସାହୁ ପ୍ରମୁଖ ଅତିଥି ଯୋଗଦେଇଥିଲେ. ଛାତ୍ର ଛାତ୍ରୀ, ବିଦ୍ୟାଳୟ ସମସ୍ତ ଶିକ୍ଷକ ଉପସ୍ଥିତିରେ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସଵ ଅନୁଷ୍ଠିତ ହୋଇ ଯାଇଛି.ବିଦ୍ୟାଳୟର ପୁରାତନ ଛାତ୍ର ଓ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଭାବରେ ଯୋଗଦେଇଥିଲେ ଶିଶିର କୁମାର ସାହୁ. ଛାତ୍ର ଜୀବନ ରୁ ଆରମ୍ଭ କରି ଶିକ୍ଷକତା ଜୀବନ ଶେଷ ହୋଇଛି ନୂଆଗାଁ ଉଚ୍ଚ ବିଦ୍ୟାଳୟ ମଧ୍ୟରେ. ବିଦ୍ୟାଳୟ ପରିସରରେ ସଭା ଆୟୋଜନ କରାଯାଇଥିଲା.ସଭା ଶେଷରେ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଏକତ୍ରିତ ଭାବରେ ନାମ ସଂକୀର୍ଣ୍ଣତନ କରି ପ୍ରିୟ ଶିକ୍ଷକଙ୍କୁ ନିଜ ବାସଭବନ ଆମ୍ବଝରୀ ଠାରେ ଆଣି ଛାଡିଥିଲେ.
ଠିକ ସେହିପରି ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରେ ମଧ୍ୟ ଆଜି ଅବସର ନେଇଛନ୍ତି ବିଦ୍ୟାଳୟର ଅଧକ୍ଷ ସନ୍ତୋଷ କୁମାର ସାହୁ. ବିଦ୍ୟାଳୟ ପରିସରରେ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସଵ ଅନୁଷ୍ଠିତ ହୋଇଥିଲା. ସମସ୍ତ ଛାତ୍ର ଛାତ୍ରୀ ଓ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ. ଅବସର କାଳୀନ ସଭାରେ ଇଂରାଜୀ ଅଧ୍ୟାପକ ମହେଶ୍ୱର ପ୍ରଧାନ, ଶିକ୍ଷା ଅଧ୍ୟାପକ ଜୟକୃଷ୍ଣ ସାହୁ, ଓଡ଼ିଆ ଅଧ୍ୟାପକ ବିଜୟ କୁମାର ସାହୁ, ଅର୍ଥବିଭାଗ ଅଧ୍ୟାପିକା ମଧୁଲିତା ପଟନାୟକ, ସଂସ୍କୃତ ଅଧ୍ୟାପକ ଓ ରାଜନୀତି ବିଜ୍ଞାନ ଅଧ୍ୟାପକ ପ୍ରମୁଖ ଉପସ୍ଥିତ ରହିଥିଲେ. ବିଦ୍ୟାଳୟ ଆରମ୍ଭ ରୁ ବିଦ୍ୟାଳୟ ଉର୍ନତି କାରଣ, ବିଧାୟକ ନବକଳେବର ଠାରୁ ରୂପାନ୍ତରିତ କରଣ ସମସ୍ତ ଦାଇତ୍ୱ କୁ ସଫଳ ଭାବରେ ପୂର୍ଣ୍ଣ କରିଥିଲେ ଶ୍ରୀ ସାହୁ. ବିଦ୍ୟାଳୟ କୁ ସୁନ୍ଦର ରୂପ, ପୁସ୍ତକ ସଂଗ୍ରାଳୟ ପରି ନୂତନ କାର୍ଯ୍ୟ ଶ୍ରୀ ସାହୁଙ୍କ ଟାୱାବ ଧାନରେ ହୋଇଥିଲା.
0 Comments