ନିଯୁକ୍ତି ମେଳାରେ ନୂଆଗାଁ ବ୍ଲକ୍ ରୁ୧୫୦ ରୁ ଉର୍ଦ୍ଧ୍ବ ପଞ୍ଜିକରଣ କଲେ ଯୁବକ ,ଯୁବତୀ


 

ନୂଆଗାଁ: କନ୍ଧମାଳ ସାଂସଦ ତଥା କିଟ୍ ର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ଙ୍କ ପ୍ରୟାସ ଏବଂ କିଟ୍ ଆନୁକୁଲ୍ୟରେ  କନ୍ଧମାଳ ଜିଲ୍ଲା ପ୍ରଶାସନ ସହଯୋଗରେ ଫୁଲବାଣୀ ଷ୍ଟାଡିୟମ୍ ଠାରେ ମେଗା ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି।ନୂଆଗାଁ ବ୍ଲକ୍ ପ୍ରଶାସନ ସହଯୋଗରେ ବ୍ଲକ୍ ରୁ  ୧୫୫ ଜଣ ଯୁବକ, ଯୁବତୀ ୩ ଟି ବସ ରେ ଯାଇ ନିଯୁକ୍ତି ମେଳା ରେ ନିଜ ନାମ ପଞ୍ଜୀକୃତ କରିଥିଲେ।ଏହି ନିଯୁକ୍ତି ମେଳା ରେ ଦେଶର ବିଭିନ୍ନ ନାମୀ ଦାମୀ କମ୍ପାନୀ  ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ କୁ ନୂଆଗାଁ ବ୍ଲକ୍ ବିଡ଼ିଓ ବାସୁଦେବ ନାୟକ,ବି ପି ଏମ ସସ୍ମିତା ପରିଡ଼ା, ବି ଟି ସି-  ଇ ପି ସେଖ ଈଶ୍ରଫ,ବି ଏଲ୍ ସି ଚିରଞ୍ଜିବୀ ସେଠୀ ଓ ଆଶୁତୋଷ ନାୟକ  ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ନୂଆଗାଁ ବ୍ଲକ୍ କନ୍ଧମାଳ   ସାଂସଦ ଙ୍କ  ସଂଯୋଜକ ସୁବ୍ରତ ପରିଡ଼ା କୋର୍ଡିନେଟ୍ କରିଥିଲେ।

Post a Comment

0 Comments