ଗଣିଆ ମହାବିଦ୍ୟାଳୟ ମଧ୍ୟରେ ଆରମ୍ଭ ହେଲା ଜିଲ୍ଲା ସ୍ତରୀୟ ରେଡ କ୍ରସ ପ୍ରଶିକ୍ଷଣ ଶିବିର

 


ନୟାଗଡ଼ ଜିଲ୍ଲା ସ୍ତରୀୟ ରେଡକ୍ରସ ପ୍ରଶିକ୍ଷଣ ଶିବିର ଆଜି ଶ୍ରୀ ଶ୍ରୀ ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟ ମଧ୍ୟରେ ଆରମ୍ଭ ହୋଇଯାଇଛି. ନୟାଗଡ ଜିଲ୍ଲାର ବିଭିନ୍ନ କଲେଜର ଛାତ୍ର ଛାତ୍ରୀ ମାନେ ବହୁ ସଂଖ୍ୟାରେ ଯୋଗ ଦେଇ ଅଛନ୍ତି.୩ଦିନ ଧରି ଏହି ପ୍ରଶିକ୍ଷଣ ଶିବର ଅନୁଷ୍ଠିତ ହେବ. ପ୍ରାରମ୍ଭରେ ମହାବିଦ୍ୟାଳୟ ପରିସରରେ ରେଡକ୍ରସ ଫ୍ଲାଗ ଉତୋଳନ କରିଥିଲେ ମହାବିଦ୍ୟାଳୟ ଅଧକ୍ଷ ଲସମୀକାନ୍ତ ପଣ୍ଡା ମହୋଦୟ ତତ ପାରେ ସଭାଗୃହ ମଧ୍ୟରେ ଉଦ୍ଘାଟାଣି ସଭା ଆରମ୍ଭ ହୋଇଥିଲା. ଗଣିଆ ପଂଚାୟତ ସମିତି ଅଧକ୍ଷା ଝୁନା ଜେନା ମହୋଦୟା ମୁଖ୍ୟ ଅତିଥି ଭାବରେ ଯୋଗା ଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ଉଦ୍ଘାଟନ କରିଥିଲେ. ପ୍ରାରମ୍ଭରେ ଅତିଥି ମାନଙ୍କୁ ଫୁଲ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ. ପ୍ରାରମ୍ଭିକ ଅଭିବାସନ ମହାବିଦ୍ୟାଳୟ ଅଧକ୍ଷ ଡେଇଥିଲେ.


ସମସ୍ତ କଲେଜରୁ ଆସିଥିବା ସମସ୍ତ ଅଧ୍ୟାପକ ଓ ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ କରିଥିଲେ. ତତ ପାରେ ଦଶପଲ୍ଲା ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟର ଅଧକ୍ଷ ଅଭିଭାଷଣ ଦେଇଥିଲେ.କିଭଳି ଭାବରେ ସମସ୍ତ ମହାବିଦ୍ୟାଳୟ ମଧ୍ୟରେ ରେଡ କ୍ରସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଵ ସେ ନେଇ ସମସ୍ତ ବିବରଣୀ ସହିତ ୩ଦିନ ଧରି କିଭଳି ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଵ ସେ ନେଇ ସୂଚନା ଦେଇଥିଲେ. ରେଡ଼କ୍ରସ ମୁଖ୍ୟ ଆଦିତ୍ୟ ମିଶ୍ର ମହୋଦୟ.ଉପସ୍ଥିତ ଥିବା ଅତିଥି ଗଣ ମଧ୍ୟ ସଂକ୍ଷିପ୍ତ ରେ ଅଭିଭାଷବ ଦେଇ ରେଡ କ୍ରସ ର ଅଭି ମୁଖ୍ୟକୁ ପ୍ରକାଶ କରିଥିଲେ. ଆଜିର କାର୍ଯ୍ୟକ୍ରମ ରେ ଜିଲ୍ଲା ରେଡକ୍ରସ ର ମୁଖ୍ୟ ଆଦିତ୍ୟ ମିଶ୍ର, ନୟାଗଡ଼  ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧକ୍ଷ,ସୁବାଷ ଚନ୍ଦ୍ର ନାୟକ ଅଧକ୍ଷ, ଦଶପଲ୍ଲା କଲେଜ, ଆଡକଟା କଲେଜ ଇଂରାଜୀ ଅଧ୍ୟାପକ, କେନ୍ଦୁଢିପି କଲେଜର କୌଣସିଲର ଯୋଗଦେଇଥିଲେ.

Post a Comment

0 Comments