ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର ପଞ୍ଚୁପାଣ୍ଡବ ମହୋସ୍ଛାବର ପ୍ରଥମ ଅଡିସନ ଆଜି ବାହାଡାଝୋଲା ଠାରେ ଅନୁଷ୍ଠିତ ହୋଇଯାଇଛି । ମିଳିଥିବା ସୂଚନା ମୁତାବକ ଚଳିତ ବର୍ଷ ପଞ୍ଚୁପାଣ୍ଡବ ମହୋସ୍ଛାବର ଓ ପାଲୀଶ୍ରୀ ମେଳା ୨୦୨୪ ଫେବ୍ରୁୟାରୀ ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି । ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ୪ ଟି ସ୍ଥାନରେ ଅଡିସନ କରାଯିବା ପାଇଁ ନିସ୍ପତି ହୋଇଅଛି । ୧୯ ତାରିଖ ବାହାଡାଝୋଲା ଠାରେ ପ୍ରଥମ ଅଡିସନ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଡିସନ ମଧ୍ୟରେ ସ୍କୁଲ ଛାତ୍ରଛାତ୍ରୀ ଓ ଅଞ୍ଚଳର ପ୍ରତିଭା ମାନଙ୍କୁ ନେଇ ହୋଇଥିଲା ।ସାଂସ୍କୃତି ବିଭାଗର ମୁଖ୍ୟ ମଦନ ମୋହନ ପ୍ରଧାନ ଜଜ ଭାବରେ ଯୋଗଦେଇ ଲୁକାଇତ ପ୍ରତିଭା ମାନଙ୍କୁ ଚୟନ କରିଥିଲେ । ପ୍ରଥମ ଅଡିସନ ରେ ଶ୍ରୀଯୁକ୍ତ ପ୍ରଧାନ ସହିତ ସଂଜୀବ କୁମାର ଡାକୁଆ (ଗୁମୀ ସମିତିସଭ୍ୟ) ,ସୁଶାନ୍ତ କୁମାର ପଢିଆରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହିପରି ଭ୍ବାରେ ୨୦ ତାରିଖ ମହିପୁର ,୨୧ତାରିଖ ମାଳିସାହି ,୨୨ ତାରିଖ ନୂଆଗାଁ ଠାରେ ଅଡିସନ କରାଯିବା ପାଇଁ ସୂଚନା ମିଳିଛି ।
0 Comments