ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ ,ଚଳିତ ବର୍ଷ ନୂଆଗାଁ ହାଇସ୍କୁଲ ପଡିଆରେ ହେବ ସାଧାରଣତନ୍ତ୍ର ଦିବସ

 


ୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଭା ଗୃହରେ ଆଜି ଚଳିତ ବର୍ଷ ସାଧରଣତନ୍ତ୍ର ଦିବସ ପାଈଁ ପ୍ରସ୍ତୁତି ବୈଠକ  ଅନୁଷ୍ଠିତ ହୋଇଯାଇଛି. ନୂତନ ଢଙ୍ଗରେ ନୂତନ ରୂପରେ କାର୍ଯ୍ୟକ୍ରମ କୁ କରିବା ପାଈଁ ବିଡ଼ିଓ ପ୍ରସ୍ତାବ ଦେଇଥିଲେ. ରାଷ୍ଟ୍ରୀୟ ପର୍ବରେ ସମସ୍ତେ ସାମିଲ ହୋଇ କାର୍ଯ୍ୟକ୍ରମ କୁ ସଫଳ କରିବା ପାଈଁ କହିଥିଲେ.ପୂର୍ବ ବର୍ଷର ସଭାର ବିବରଣୀ ପଠନ କରାଯାଇଥିଲା.ତତ ପରେ ଚଳିତ ବର୍ଷ ପାଇଁ ସମସ୍ତ ବିଭାଗ ଉପରେ ଆଲୋଚନା କରଯାଇଥିଲା । ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ  ବିଭିନ୍ନ ପ୍ରତିଯୋଗୀତା ପ୍ରତେକ ବର୍ଷ ହୋଇଥାଏ ।  ଉପକନିଷ୍ଠ,କନିଷ୍ଠ, ବରିଷ୍ଠ ବର୍ଗଙ୍କ ମଧ୍ୟରେ ପ୍ରତିଯୋଗୀତା ହେବ। ସେଥିପାଇଁ ରଚନା ,ତର୍କ ବିଷୟ ରଖାଯିବ ସେ ନେଇ ଆଲୋଚନା କରାଯାଇ ଥିଲା । ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ନୂଆଗାଁ ପ୍ରାଇମେରୀ ସ୍କୁଲ ଖେଳ ପଡିଆରେ ନ ହୋଇ ନୂଆଗାଁ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ସମୁଖରେ ଥିବା ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହେବ । ଜାନୁଆରୀ ୨୬ ତାରିଖ ଦିନ ସକାଳ ୫ଘଣ୍ଟା ୩୦ ମିନିଟ ସମୟରେ ପ୍ରଭାତ ଫେରି ଓ ରାମଧୁନ କରାଯିବ,୮ ଘଟିକା ସମୟରେ ବ୍ଲକ ପରିସରରେ ପତାକା ଉଟୋଳନ ହେବ ତତ ସହିତ ୮ ଘଟିକା ୩୦ ମିନିଟରେ ପ୍ୟାରେଡ ପାଇଁ ହାଇସ୍କୁଲପଡିଆରେ ସମସ୍ତ ସ୍କୁଲ କଲେଜ ଛାତ୍ର ଛାତ୍ରୀ ଉପସ୍ଥିତ ରହିବେ । ଠିକ  ୯ ଘଟିକା ସମୟରେ ତ୍ରିରଙ୍ଗା ପତାକା ଉତୋଳନ କରାଯିବ। ତତ ପରେ ପ୍ୟାରେଡ ପ୍ରତିଯୋଗୀତା କରାଜୀବ । ସେଥିପାଇଁ ଜଜ ଭାବରେ ନୂଆଗାଁ ଥାନା ଅଧିକାରୀ, ଅଗ୍ନିଶମ ଅଧିକାରୀଓ ବନବିଭଗର ଅଧିକାରୀ ରହିବେ ।  ପ୍ରତିଯୋଗିତାରେ ବିଭିନ୍ନ ବିଭାଗରେ ଉତିର୍ଣ୍ଣ ହୋଇଥିବା କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ଦିଆଯିବ । ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ   ସଂକୃତିକ କାର୍ଯ୍ୟକ୍ରମ ଯୋଗ କରାଯାଇଛି । ସମସ୍ତ ସ୍କୁଲ ଛାତ୍ର ଛାତ୍ରୀ ମାନେ ଦେଶାତ୍ମକ ସଙ୍ଗୀତରେ ଗ୍ରୁପ ନୃତ୍ୟ ପରିବେଷଣ କରିବେ । ସମସ୍ତ ବିଭଗର କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ନୂଆଗାଁ ବିଡିଓ କହିଥିଲେ ।  ପ୍ରସ୍ତୁତି ବୈଠକରେ ନୂଆଗାଁ ବ୍ଲକ ଅଧକ୍ଷା ଲଷ୍ମୀପ୍ରିୟା ବେହେରା, ବିଡ଼ିଓ ବାସୁଦେବ ନାୟକ, ବି.ଏସ.ଏସ. ଓ ସ୍ଵର୍ଣ ସାରିକା ,ଜିପିୟ ଲାଲ ବାହାଦୁର ରଞ୍ଜିତ ସମେତ ସମସ୍ତ କମିଟିର ସଦସ୍ଯ  , ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ. କିଭଳି ଶାନ୍ତି ଶୃଙ୍ଖଳାର ସହିତ ସାଧାରଣତନ୍ତ୍ର ଦିବସ  ଅନୁଷ୍ଠିତ ହେବ ଆଲୋଚନା କରଯାଇଥିଲା । 

Post a Comment

0 Comments