ନୂଆଗାଁ : ନୂଆଗାଁ ଥାନା ମାଇଛେଳୀ ଜଙ୍ଗଲ ନିକଟରୁ ଅଜଣା ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ଆଜି ସକାଳୁ ମାଇଛେଳି ଗ୍ରାମ ନିକଟରେ ଥିବା ଏକ ଜଙ୍ଗଲ ରାସ୍ତା ଦେଇ ସ୍ଥାନୀୟ ଲୋକ ଖେତକୁ ଯିବା ସମୟରେ ଝୁଲନ୍ତା ମୃତ ଦେହ ଦେଖିବାକୁ ପାଇଥିଲେ । ସ୍ଥାନୀୟ ଲୋକେ ନୂଆଗାଁ ଥାନା ପୋଲିସ କୁ ଖବର ଦେଇଥିଲ।ନୂଆଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ମୃତ ଦେହ ଜବତ କରିଥିଲେ । ସୂଚନା ଥାଉକି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଟାକେରା ଗ୍ରାମର ଅଙ୍ଗଦ ଜାନୀ ଙ୍କ ପୁଅ ସଞ୍ଜୟ କୁମାର ଜାନୀ (୩୦) ବର୍ଷ ଙ୍କ ଝୁଲନ୍ତା ମୃତ ଦେହ ନୂଆଗାଁ ପୋଲିସ ଉଦ୍ଧାର କରିଛି। ଏ ନେଇ ୨/୨୪ ରେ ମମଲା ରୁଜ୍ଜୁ କରିଛି l
0 Comments