ମୀନକେତନ ସ୍ମାରକୀ ସଂସ୍କୃତ ଡିଗ୍ରୀ କଲେଜ ମଧ୍ୟରେ ସଂସ୍କୃତ ଶିବିର

 


ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସୋରଡ଼ା ପଞ୍ଚାୟତ ମଧ୍ୟରେ ଥିବା ମୀନକେତନ ସ୍ମାରକୀ ସଂସ୍କୃତ ଡିଗ୍ରୀ କଲେଜ ପରିସରରେ ଆଜି ଠାରୁ ସଂସ୍କୃତ ଶିବିର ଆରମ୍ଭ ହୋଇଯାଇଛି. ଅନୁଷ୍ଠାନିକ ଭାବରେ କଲେଜର ପ୍ରତିଷ୍ଠାତା ଲଷ୍ମୀନାରାୟଣ ପଟ୍ଟନାୟକ କଲେଜ ପ୍ରାଙ୍ଗଣରେ ଥିବା ସ୍ବର୍ଗତ ମୀନକେତନ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ, ଦୀପ, ଧୂପ ସମର୍ପଣ କରି ଶିବିରକୁ ଆରମ୍ଭ କରାଯାଇଥିଲା.ଦଶଦିନ ଧରୀ ଏହି ସଂସ୍କୃତ ଶିବିର ଅନୁଷ୍ଠିତ ହେବ.

ଏହି ଶିବିରରେ ଉପଶାସ୍ତ୍ରୀ ଓ ଶାସ୍ତ୍ରୀର ସମସ୍ତ ଛାତ୍ର ଛାତ୍ରୀଙ୍କୁ  ଭାଷା ଲିଖନ, ପଠନ ଓ ଉଚ୍ଚାରଣ ବିସୟରେ ଶିବିରରେ ଶିକ୍ଷା ଦିଆଯିବ. ଆଜିର ଶିବିରରେ କଲେଜ ଅଧକ୍ଷ ପଦ୍ମଚରଣ ସାହୁ, ସଂସ୍କୃତ ସାହିତ୍ୟ ଅଧ୍ୟାପକ ଶଙ୍କର୍ଷଣ ପାତ୍ର, ଓଡ଼ିଆ ଅଧ୍ୟାପକ ଚିନ୍ମୟ ପ୍ରଧାନ, ଦିଲୀପ ପ୍ରଧାନ ଉପସ୍ଥିତ ରହିଥିଲେ.

Post a Comment

0 Comments