ଜିଲ୍ଲା ମହୋତ୍ସବ ଚତୁର୍ଥ ସଂଧ୍ୟା

 


ନୟାଗଡ଼ ଜିଲ୍ଲା ମହୋତ୍ସବ ଚତୁର୍ଥ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ପୌର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନା ଜେନା, ଖଣ୍ଡପଡ଼ା ବ୍ଲକ ଅଧ୍ୟକ୍ଷା ଉପମା ବେହେରା, ଖଣ୍ଡପଡ଼ା ବ୍ଲକ ଉପାଧ୍ୟକ୍ଷ ଶିଶିର କୁମାର ସାହୁ ଯୋଗ ଦେଇଥିଲେ।ଜିଲ୍ଲାପାଳ ଶକ୍ତିକାନ୍ତ ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ଜିଲ୍ଲା ଗଠନଠାରୁ ଆଜି ପର୍ଯ୍ୟନ୍ତ ଜିଲ୍ଲା ବିକାଶ ଉପରେ ଆଲୋଚନା କରିଥିଲେ। ଏଭଳି ମହୋତ୍ସବ କେବଳ ସ୍ଥିର ସରକାର ପାଇଁ ସମ୍ଭବ ହୋଇପାରୁଛି। ରାଜ୍ୟରେ ରୁପାନ୍ତରିକରଣ ନିଛକ ଛବି ଆମେ ଦେଖି ପାରୁଛେ।

ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ନିଜ ଅଭିଭାସଣ ମଧ୍ୟରେ କହିଥିଲେ କଳା, ସଂସ୍କୃତିକୁ ରୁଦ୍ଧିମନ୍ତ କରିବା ପାଇଁ ମହୋତ୍ସବ ସୁଯୋଗ ଦିଏ. ଅତିଥି ଶ୍ରୀଯୁକ୍ତ ଜେନା ପୂର୍ବ ସୁରୀମାନଙ୍କୁ ମନେ ପକାଇବା ପାଇଁ ମହୋତ୍ସବ ପ୍ରକୃତ ମାର୍ଗ ପାଲଟିଛି ବୋଲି କହିଥିଲେ। ଆଜିର କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ପ୍ରତିମା ଦଳବେହେରା, ଜସ୍ମିନ ଦାଶ, ଧର୍ମେନ୍ଦ୍ର କୁମାର ଧଳ ପ୍ରମୁଖ ଉପସ୍ଥିତ ରହିଥିଲେ। ଆଜିର ସଂଧ୍ୟାରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜ୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।




Post a Comment

0 Comments