ଟ୍ରକ ଧକ୍କାରେ ଜଣେ ମୃତ ଜଣେ ଗୁରୁତର

 

 


ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଖାଲମଡା ଗ୍ରାମର ବିପିନ ବିହାରୀ ପରିଡା ଙ୍କ ଝିଅ ଶୁଭସ୍ମିତା ପରିଡା ୨୦ ବର୍ଷ ଦାଦା ଗଜେନ୍ଦ୍ର ପରିଡା ଙ୍କ ସହିତ ନୟାଗଡ଼ ରୁ ବାଇକ୍ ରେ ନିଜ ଗ୍ରାମକୁ ଆସୁଥିବା ବେଳେ ଏକ ଟ୍ରକ ଗାଡି ଏନ୍ଏଏସି ହାଇସ୍କୁଲ ନିକଟରେ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉଭୟ ଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା। ଚିକିତ୍ସା ହେଉଥିବା ସମୟରେ ସୁଭସ୍ମିତା ପରିଡା ଙ୍କୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଗଜେନ୍ଦ୍ର ପରିଡା ଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ ଭୁବନେଶ୍ବର କୁ ସ୍ଥାନାନ୍ତରିତ କରାଯାଇଛି।

Post a Comment

0 Comments