ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଆଜି ସାରା ରାଜ୍ୟରେ ବିଜୁ ଜନତା ଦଳ ପାଳନ କରୁଛି ବିଜେଡିର ୨୭ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ଅବସରରେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପଞ୍ଚୁପାଣ୍ଡଵ ମନ୍ଦିର ଠାରୁ ବିଜୁ ଯୁବଭବନ ପର୍ଯ୍ୟନ୍ତ ଯୁବକ ମାନଙ୍କୁ ନେଇ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଥିଲା ।ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ବହୁସଂଖ୍ୟାରେ ଯୁବକ ଓ ବିଯୁଜନେତା ଦଳର ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ନେତୃବୃନ୍ଦ ବରିଷ୍ଠ ନେତୃ ବୃନ୍ଦ ସାମିଲ ହୋଇଥିଲେ ।
ତତ ସହିତ ସମାଜ ସେବି ଶଙ୍କର୍ଷଣ ବେହେରା, ନୂଆଗାଁ ବ୍ଲକ ବିଜେଡି ଦଳୀୟ ସଭାପତି ସନ୍ୟାସୀ ନାୟକ, ନୟାଗଡ଼ ଜିଲ୍ଲା ବିଜେଡି ଉପସଭାପତି ଦିଲୀପ ଦଳବେହେରା,16,17 ଯୋନର ଜିଲ୍ଲା ପରିଷଦଙ୍କ ସହିତ ସମସ୍ତ ପଞ୍ଚାୟତ ରୁ ଆସିଥିବା ବିଯୁଜନତା ଦଳର ସଭ୍ୟା, ଯୁବକ ଯୋଗଦେଇ ଆଜିର ଏହି ୨୭ତମ ପ୍ରତିଷ୍ଠା ଦିବସକୁ ସଫଳ କରିଥିଲେ.
0 Comments