ଶାଳିଆ ଗୋଛା ନିକଟରେ ଦୁର୍ଘଟଣା, ଦୁଇ ଆହାତ

 



ନୟାଗଡ଼ ଜିଲ୍ଲା ୫୭ନଂ ଜାତୀୟ ରାଜପଥର ଦଶପଲ୍ଲା- ବାଣୀଗୋଛା ରାସ୍ତା ଅନ୍ତର୍ଗତ ଶାଳିଆ ଗୋଛା ନିକଟରେ ଆଜି ସକାଳେ

ଦୁର୍ଘଟଣା ଘଟି ଦୁଇ ଜଣ ଆହାତ ହୋଇଛନ୍ତି। ଆହାତ ଦୁଇ ଜଣ ହେଲେ ଋତୁରାଜ ଛୁଆଲସିଂହ( ୩୦), ବିମଳ କାନ୍ତ ରାଉତରାୟ (୨୦)। ଦଶପଲ୍ଲା ପଟୁ ବେଗୁନିଆ ରୁ ସୋନପୁର ଅଭିମୁଖେ ଯାଉଥିବା ଏକ ପିକପ୍ ଭ୍ରାନ୍ ଭାରସାମ୍ୟ ହରାଇ ରାସ୍ତା କଡ ଇଲେକ୍ଟ୍ରି ପୋଲକୁ ଧକ୍କା ଦେବାରୁ ଏଭଳି ଘଟଣା ଘଟିଛି। ଆହାତ ମାନଂକୁ ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସଯୋଗେଁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗାଡିର ସମ୍ମୁଖ ଭାଗ ଭାଂଗିରୁଜି ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଛି।

Post a Comment

0 Comments