କର୍କଟ ରୋଗରେ ପୀଡିତ ଜଣେ ସରକାରୀ କର୍ମଚାରୀ ଙ୍କ ମୃତ୍ୟୁ

  


ନୂଆଗାଁ  କୃଷି ବିଭାଗ କାର୍ଯ୍ୟାଳୟ ରେ ଗ୍ରାମ୍ୟ କୃଷି କର୍ମଚାରୀ ଭାବେ କାର୍ଯ୍ୟରତ ଥିବା କ୍ଷୀରୋଦ କୁମାର ତରାଇ ଙ୍କ କର୍କଟ ରୋଗରେ ମୃତ୍ୟୁ। ସୂଚନା ଥାଉକି କ୍ଷୀରୋଦ କୁମାର ତରାଇ, ପିତା - ବଳରାମ ତରାଇ, ଗ୍ରାମ - କେରଙ୍ଗ, ବ୍ଲକ - ସାଲେପୁର, ଜିଲ୍ଲା - କଟକ ସେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ କୃଷି ବିଭାଗ କାର୍ଯ୍ୟାଳୟ ରେ ୨୦୧୧ ମସିହା ଠାରୁ ଗ୍ରାମ୍ୟ କୃଷି କର୍ମଚାରୀ ଭାବେ ଦୁରୁଦୁରା, ଖଣ୍ଡୁଗାଁ, ମାଳିସାହି ଆଦି ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ଥିଲେ। ଶ୍ରୀ କ୍ଷୀରୋଦ କିଛି ଦିନ ଧରି ଦୁରାରୋଗ୍ୟ କର୍କଟ ରୋଗରେ ପୀଡିତ ଥିଲେ। ଗତ ତା ୨୦.୧୨.୨୦୨୩ ରିଖ ମଙ୍ଗଳବାର ରାତ୍ର ୧୧ ଘଟିକା ସମୟରେ କ୍ଷୀରୋଦ କୁମାର ତରାଇ ଙ୍କ ଅକାଳ ବିୟୋଗ ହୋଇ ଯାଇଛି। ସେ ଜଣେ ସଚ୍ଚୋଟ, ମିଷ୍ଟଭାଷୀ, କର୍ତ୍ତବ୍ୟ ପରାୟଣ କର୍ମଚାରୀ ଭାବେ ସମସ୍ତ ଚାଷୀ ଭାଇଙ୍କ ଠାରେ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ବିୟୋଗରେ ନୂଆଗାଁ ର ଅପୂରଣୀୟ କ୍ଷତି ହୋଇଛି।

Post a Comment

0 Comments