ଫତେଗଡ ଥାନା ଅନ୍ତର୍ଗତ ବିଜିପୁର ଛକରେ ଟ୍ରକ୍ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି । ଆଜି ରାତି ସାଢେ ନଅଟା ବେଳେ ଭାପୁର ରାସ୍ତା ଦେଇ ବିଜିପୁର ଗ୍ରାମର ମଧୁସୂଦନ ପରିଡା (୭୦) ରାସ୍ତା ଉପରେ ଛିଡ଼ା ହୋଇଥିବାବେଳେ ଟ୍ରକ ଧକ୍କାରେ ରାସ୍ତା ତଳକୁ ଛିଟିକି ପଡିଥିଲେ । ବଜାରରେ ଥିବା ଯୁବକମାନେ ଟ୍ରକକୁ ଅଟକାଇବାକୁ ଚେଷ୍ଟା କରିବାରୁ ଟ୍ରକଟି ଫତେଗଡ଼ ରାସ୍ତା ଦେଇ ଦ୍ରୁତ ଗତିରେ ପଳାଇଥିଲା ।
ପରିବାର ଗୁରୁତର ମଧୁସୂଦନଙ୍କୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । କିନ୍ତୁ ଦ୍ରୁତ ଗତିରେ ଗଲାବେଳେ କାଳୀ ଗିରି ବ୍ରିଜ୍ ନିକଟରେ ଟ୍ରକଟି ଭାରସାମ୍ୟ ହରାଇ ପାଣିକୁ ଓଲଟି ଯାଇ ଚୁରମାର ହୋଇଥିବାବେଳେ ଡ୍ରାଇଭର ଗୁରୁତର ହୋଇ କଳାପଥର ମେଡିକାଲରେ ଚିକିତ୍ସିତ ହେଉଛି । ଦୁର୍ଘଟଣାକୁ ନେଇ ବିଜିପୁର ଛକରେ କିଛି ସମୟ ଉତ୍ତେଳନା ଲାଗି ରହିଥିଲା ।
0 Comments