ବାରାହା ଆକ୍ରମଣରେ ୩ ଗୁରୁତର

 


ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ  ସୋରଡ଼ା ପଞ୍ଚାୟତର ସୋରଡ଼ା  ସକାଳ ପ୍ରାୟ ୯ ଘଟିକା ସମୟରେ ଏକ ଜଙ୍ଗଲି ବାରାହା ଆକ୍ରମଣରେ ଗୋଲାପ ନାୟକ ୫୦ବର୍ଷ,ମହିଳା ସମେତ ଅପସରି ଖlତୁଲ ୧୨  ,ଓ ଅଫିଫା ବେଗମ ୮ ଦୁଇ ନାବାଳିକା  ଗୁରୁତର ଆହତ ହୋଇପଡିଥିଲେ ।   ସେମାନଙ୍କୁ ନିକଟସ୍ଥ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି  । ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଖରାପ ଥିବାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଛି  । ଘଟଣା ସ୍ଥଳରେ  ମହିତମା ବନପାଳ ମୀନକେତନ ନାୟକ , ବନରକ୍ଷୀ ସୁଧାକର ସାହୁ ପହଂଚି  ଆହତ ମାନଙ୍କକୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ  ନେଇଥିଲେ   l 

 କୌଣସି ଲୋକ ଗୁଳି ମାଡ଼ରେ ବାରାହା ଗୋଡ଼ରେ କ୍ଷତ ହୋଇଛି  ।  ସେ ରାଗରେ ଜଙ୍ଗଲରୁ ଗାଁ ମୁହାଁ ହୋଇ ଆକ୍ରମଣ କରିଛି ବୋଲି ସାଧାରଣରେ ଆଲୋଚନା ହେଉଛି

Post a Comment

0 Comments