ବିଜୁ ଯୁବ ଭବନରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ,୭୩ ୟୁନିଟ୍ ରକ୍ତ ସଂଗ୍ରହ




 ନୂଆଗାଁ ସଦର ମହକୁମାରେ ଥିବା ବିଜୁ ଯୁବ ଭବନ ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି .ଏଥିରେ ମୁଖ୍ୟଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବାବେଳେ ସମ୍ମାନିତ ଅତିଥିଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପି୍ରୟା ବେହେରା, ଜିଲା ବିଜେଡି ଉପସଭାପତି ଦିଲ୍ଲୀପ ଦଳବେହେରା,ଦଶପଲ୍ଲା ୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଉନେ୍ଦ୍ର କୁମାର ସାହୁ, ନୂଆଗାଁ ବ୍ଲକ୍ ବିଜେଡି ସଭାପତି ସନାତନ ସାମଲ, ବ୍ଲକ୍ ଛାତ୍ର ସଭାପତି ସୁବ୍ରତ କୁମାର ପରିଡ଼ା, ସମିତିସଭ୍ୟ ସଞ୍ଜିବ ଡାକୁଆ, ବ୍ଲକ୍ ବିଜେଡି ଉପସଭାପତି ମୁରଲିଧର ଜେନା, ପୂର୍ବତନ ସରପଂଚ ଗୋଲକ ବିହାରୀ ଗୋଛାୟତ, ସମାଜସେବୀ ଶଙ୍କର୍ଷଣ ବେହେରା, ମାଇଛେଳି ସରପଂଚଙ୍କ ପ୍ରତିନିଧି ଦାଶରଥି ପ୍ରଧାନ , ନୂଆଗାଁ ପଚାଂୟତ ବିଜେଡି ସଭାପତି ପ୍ରକାଶ ପ୍ରଧାନ ଏବଂ ନୂଆଗାଁ ବ୍ଲକ୍ର ସମସ୍ତ ପଂଚାୟତର ସରପଂଚ ଓ ସମିତିସଭ୍ୟସଭ୍ୟାମାନେ ଉପସ୍ଥିତ ରହି ସ୍ୱେଚ୍ଛାକୃତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ମୋଟ ୭୩ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଏଥିରେ ସ୍ୱେଚ୍ଛାସେବୀ ଓ ବିଜେଡି ଦଳର କର୍ମୀମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।


Post a Comment

0 Comments