ଗଣଦୌଡ଼ ସହ ଶପଥ ନେଲେ ୧୦ ହଜାର ଯୁବକ
ନୟାଗଡ଼ ଆଜି ସାରା ରାଜ୍ୟରେ ବିଜୁ ଜନତା ଦଳ ପାଳନ କରୁଛି ବିଜେଡିର ୨୭ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ଅବସରରେ ନୟାଗଡ଼ ବ୍ଲକ ଓ ନୟାଗଡ଼ ପୌରାଞ୍ଚଳ ଯୁବକ ମାନଙ୍କୁ ନେଇ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଥିଲା । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ୧୦ ହଜାର ଯୁବକ ଏକାଠି ହୋଇଥିଲେ । ନୟାଗଡ଼ ଦକ୍ଷିଣକାଳୀ ପଡିଆରେ ସକାଳୁ ସକାଳୁ ଛାତ୍ର ଓ ଯୁବକ ମାନେ ପହଞ୍ଚି ବିଭିନ୍ନ ନାରା ଦେଇଥିଲେ ।
0 Comments